ନୟାଗଡ (ଏଟିଆର ବ୍ୟୁରୋ); ସ୍ଥାନୀୟ ନୂଆଗାଁ ଥାନା ଅନ୍ତର୍ଗତ ସୋରଡା ଗ୍ରାମରେ ବୋମା ମାଡ । ଏହି ବୋମା ମାଡରେ ଜଣେ ଦୋକନୀ ଗୁରୁତର ହୋଇଛନ୍ତି । ଆହତ ଦୋକାନୀଙ୍କ ନାମ ହେଲା ଗଣେଷ ନାୟକ । ତାଙ୍କୁ ପରିବାର ଲୋକ ଉଦ୍ଧାର କରି ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଗତକାଲି ରାତିରେ ଘଟିଥିଲା ଏଭଳି ଘଟଣା । ନୂଆଗାଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କିଏ ଏବଂ କାହିଁକି ଏପରି କରିଛି ତାହା ସ୍ପଷ୍ଠ ହୋଇ ନାହିଁ ।
ଗଣେଷଙ୍କ ପରିବାର ଲୋକଙ୍କ ସୂଚନା ଅନୁଯାୟୀ,ଶୁକ୍ରବାର ରାତି ସଢ଼େ ୯ଟା ବେଳେ ଦୋକାନ ବନ୍ଦ କରୁଥିଲେ ଗଣେଷ । ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ଆସି ବୋମା ମାଡ କରି ଫେରାର ହୋଇଯାଇଥିଲେ । ଗଣେଷଙ୍କ ସ୍ତ୍ରୀ ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି କି ସୋରଡା ଗ୍ରାମର ପତିଆ ପ୍ରଧାନ,ବିପ୍ର ନାୟକ ଏବଂ ବସନ୍ତ ନାୟକ ବୋମା ମାଡ କରି ଫେରାର ହୋଇଯାଇଥିଲେ ।
ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏହି ବୋମା ମାଡ ପରେ ଗତକାଲି ରାତିଠାରୁ ଗାଁରେ ଭୟ ଖେଳି ଯାଇଛି । ଗାଁରେ ଚାପା ଉତ୍ତେଜନା ମଧ୍ୟ ଦେଖା ଦେଇଛି । ତେବେ ପୁରୁଣା ରାଗକୁ ଶୁଝାଇବାକୁ ଯାଇ ଏଭଳି ବୋମା ମାଡ କରିଥିବା ମଧ୍ୟ କେତେକ ଲୋକ କଥା ହେଉଛନ୍ତି । ତେବେ ପୋଲିସର ତଦନ୍ତ ପରେ ସବୁ ଜଣା ପଡିଯିବ ।