ଖୋର୍ଦ୍ଧା (ଏଟିଆର ବ୍ୟୁରୋ): ରାଜ୍ୟର ବିଭିନ୍ନ ଜାଗାରେ ବ୍ରାଉନସୁଗାର ଚେରା ଚାଲାଣ ହୋଉ ଥିବାର ଦେଖିବାକୁ ମିଳିଛି । ତେବେ ଏହି ବ୍ରାଉନସୁଗାରର ଚେର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରୁ ଆରମ୍ଭ ହୋଇ ଖୋର୍ଦ୍ଧା ଜିଲ୍ଲା ଯାଏଁ ଲମ୍ବିଛି । ବାଲେଶ୍ୱର ସହଦେବଖୁଣ୍ଟା ପୋଲିସକୁ ବ୍ରାଉନ ସୁଗାର ରାକେଟର ପର୍ଦ୍ଦାଫାଶ କରିଛି । ଦେଢ କିଲୋ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ ଜଳେଶ୍ୱରରୁ ଖୋର୍ଦ୍ଧା ଜିଲ୍ଲାକୁ ବ୍ରାଉନ ସୁଗାର ଆସୁଥିବାର ଖବର ପାଇଥିଲା ପୋଲିସ । ଏହା ପରେ ସବୁ ଜାଗାରେ ପୋଲିସ ଜାଲ ବିଛାଇ ଜଗି ରହିଥିଲା ।
ତେବେ ସହଦେବଖୁଣ୍ଟା ନୂଆ ବଜାରରେ ଚଢାଉ କରିଥିଲା ପୋଲିସ । ସେଠାରୁ ଦେଢ କିଲୋବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଚଢାଉ ସମୟରେ ଖସି ଯାଇଥିଲେ ଦୁଇ ଅଭିଯୁକ୍ତ । ପରେ ସେମାନଙ୍କୁ ଜଳେଶ୍ୱର ପୋଲିସ ଗିରଫ କରିଛି । ଗିରଫ ହୋଇ ଥିବା ଦୁଇ ଜଣ ହେଲେ ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ସେଖ ହାଇଦର ଅଲ୍ଲି ଓ ବାଲିଆପାଳ ଥାନା ଅନ୍ତର୍ଗତ ମନୋଜ କୁମାର ସାହୁ । ପୋଲିସ ସେମାନଙ୍କ ପାଖରୁ ୯ଲକ୍ଷ ୪୩ହଜାର ଟଙ୍କା ଓ ଗୋଟିଏ ବାଇକ ଜବତ କରିଛି । ଜବତ ହୋଇଥିବା ବ୍ରଉନ ସୁଗାରର ଆନୁମାନିକ ମୂଲ୍ୟ ଦେଢ କୋଟି ଟଙ୍କା ହେବ । ପୋଲିସ ଅଭିଯୁକ୍ତ ମାନଙ୍କ ଠାରୁ ଆଉ କେଉଁଠି ଏଭଳିି ରାକେଟ ଚାଲିଛି ତାହା ଜାଣିବାକୁ ଚେଷ୍ଟା କରୁଛି ।