ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଦିନେ କି’ ମାସେ ଅବା ବର୍ଷେ ନୁହେଁ । ଦୀର୍ଘ ୨୦ବର୍ଷ ଧରି ଲୁଚକାଳୀ ପରେ ଶେଷରେ ଅଭିଯୁକ୍ତକୁ ଗିରଫ କରିଛି ସିବିଆଇ । ଆଜ୍ଞା ହଁ ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ୨ପୁଅ ହତ୍ୟା ମାମଲାର ଆଉ ଜଣେ ଅଭିଯୁକ୍ତକୁ ଶୁକ୍ରବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି । ମୟୁରଭଞ୍ଜର ନିଜ ଘରେ ଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ସିବିଆଇ । ତା’ ନାଁ ବୁଦ୍ଧଦେବ ନାୟକ ।
ସେ ଦାରା ସିଂର ମୁଖ୍ୟ ସହଯୋଗୀ ଥିବା କୁହାଯାଉଛି । ୧୯୯୯ ମସିହାରେ ଅଷ୍ଟ୍ରେଲିଆର ଗ୍ରାହାମ ଷ୍ଟେନ୍ସଙ୍କୁ କେନ୍ଦୁଝର ଜିଲ୍ଲା ମନୋହରପୁର ଏରିଆରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ଦାରା ସିଂକୁ ଗିରଫ କରାଯାଇଥିଲା । ତେବେ ଏହି ଘଟଣାରେ ଏକାଧିକ ସମ୍ପୃକ୍ତି ଥିବା ବେଳେ ଅନ୍ୟ କେତେକ ଫେରାର ରହିଥିଲେ । ଯେଉଁଥିରେ ବୁଦ୍ଧଦେବ ନାୟକ ଅନ୍ୟତମ ଥିଲା । ପାଖାପାଖି ୨୦ବର୍ଷ ପରେ ଶେଷରେ ବୁଦ୍ଧଦେବକୁ ଗିରଫ କରିଛି ସିବିଆଇ