ଭୁୁବନେଶ୍ୱର,୨୦ା୨/(ବ୍ୟୁରୋ): ଦିନେ ଦୁଇଦିନ ନୁହେଁ ସପ୍ତାହେ ବିତିବାକୁ ବସିଛି । ତଥାପି ରିପୋର୍ଟ ହସ୍ତଗତ ହୋଇଛି ବୋଲି ଗଣମାଧ୍ୟମଠୁ ଦୂରେଇ ରଖାଯାଇଛି । ବିଜେପୁର ନିର୍ବାଚନ ଲାଗି ପୁଲିସ ଏହି ଚାଲ ଖେଳିଥିବା ଜଣାପଡିଛି ।
ତେବେ କାହିଁକି ପୁଲିସ ଏପରି କରୁଛି ତାକୁ ନେଇ ଉଠିଛି ପ୍ରଶ୍ନ? କେବଳ ଏତିକି ନୁହେଁ ଫରେନ୍ସିକ୍ ରିପୋର୍ଟକୁ ବାଦ୍ଦେଲେ କାହିଁକି ମେଡିକାଲ ରିପୋର୍ଟକୁ ବି ସର୍ବସାଧାରଣରେ ପ୍ରକାଶ କରାଯାଉନି ତାହା ସମସ୍ତଙ୍କୁ ଏବେ ଚିନ୍ତାରେ ପକାଇଛି । ଖାସ୍ କରି ପୁଲିସର ସ୍ୱଚ୍ଛତାକୁ ନେଇ ଉଠାଇଛି ପ୍ରଶ୍ନ । ଏ ହେଉଛି ବହୁ ଚର୍ଚ୍ଚିତ କୁନ୍ଦୁଲି ଘଟଣା । ଯାହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ରହିଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ରିପୋର୍ଟ କହୁଛି ଯେଉଁ ନମୁନା ପରିକ୍ଷା ଲାଗି ସେଣ୍ଟ୍ରାଲ ଫରେନସିକ ସାଇନ୍ସ ଲାବ୍ରୋଟରି (ସିଏଫଏସଏଲ)କୁ ପଠାଯାଇଥିଲା ତାହାର ରିପୋର୍ଟ ପହଁଚିସାରିଛି । କିନ୍ତୁ ତାକୁ ଜାଣିଶୁଣି ବରିଷ୍ଠ ଅଧିକାରୀମାନେ ଚପାଇ ରଖିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ କହୁଛି ସିଏଫଏସଏଲ ରିପୋର୍ଟରେ ସମାନ ଘଟଣାକୁ ଦୋହରାଯାଇଛି । ଦୁଷ୍କର୍ମ ହୋଇନଥିବା ସ୍ପଷ୍ଟ ଉଲ୍ଲେଖ ରହିଥିବା ଜଣେ ବରିଷ୍ଠ ଅଧିକାରୀ ନାମକୁ ଗୋପନ ରଖିବା ସର୍ତରେ କହିଛନ୍ତି । ଶୁଣିବାକୁ ମିଳୁଛି ଏବେ ବିଜେପୁର ନିର୍ବାଚନ ହାୱା ସବୁଠି ବୋହୁଛି । ଯଦି ଏଭଳି ସମୟରେ ରିପୋର୍ଟ ସାମ୍ନାକୁ ଆସେ ତେବେ ସବୁ କିଛି ଗଡ଼ବଡ଼ ହୋଇ ଯାଇପାରେ । ଖାସ ଏହି ଦୃଷ୍ଟି କୋଣରୁ ଏବେ ରିପୋର୍ଟକୁ ଯେନତେନ ଦବାଇ ରଖାଯାଇଛି ।
ସୂଚନାଯୋଗ୍ୟ, ନଭେମ୍ବର ୫ରେ ଓଏଚଆରସି ଏଡିଜି ମହେନ୍ଦ୍ର ପ୍ରତାପ କୁନ୍ଦୁଲି ମାମଲାରେ ଦୁଷ୍କର୍ମର ପ୍ରମାଣ ମିଳୁନାହିଁ ବୋଲି ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଥିଲେ । ଏହାକୁ ନେଇ ବିବାଦ ଉଠିବା ପରେ ଉକ୍ତ ନମୁନାକୁ ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ୨ୟ ଥର ଲାଗି ସିଏଫଏସଏଲକୁ ପଠାଯାଇଥିଲା । ଯାହାର ରିପୋର୍ଟ ହସ୍ତଗତ ହୋଇଥିଲେ ମଧ୍ୟ ବିଜେପୁର ନିର୍ବାଚନ ଲାଗି ସରକାର ପାରୁପର୍ଯ୍ୟନ୍ତ ଚପାଇ ରଖିଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡିଛି ।