ଭୁବନେଶ୍ୱର,୧୬ା୨(ବ୍ୟୁରୋ): ଏବେ ବିଜେପୁର ନିର୍ବାଚନ ହାୱା ସବୁଠି ବୋହୁଛି । ଯଦି ଏଭଳି ସମୟରେ ରିପୋର୍ଟ ସାମ୍ନାକୁ ଆସେ ତେବେ ସବୁ କିଛି ଗଡ଼ବଡ଼ ହୋଇ ଯାଇପାରେ । ଖାସ ଏହି ଦୃଷ୍ଟି କୋଣରୁ ଏବେ ରିପୋର୍ଟକୁ ଯେନତେନ ଦବାଇ ରଖାଯାଇଛି ।
ଆମେ କହୁଛୁ ବହୁ ଚର୍ଚ୍ଚିତ କୁନ୍ଦୁଲି ଆତ୍ମହତ୍ୟା ଘଟଣା ସମ୍ପର୍କରେ । ଯାହାର ସେଂଟ୍ରାଲ ଫରେନସିକ ସାଇନ୍ସ ଲାବ୍ରୋଟରି(ସିଏଫଏସଏଲ) ରିପୋର୍ଟ ଆସିଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡିଛି । ତାହା ପୁଣି ୩ ଦିନ ତଳୁ । ଏନେଇ ପୂର୍ବରୁ ସିଏଫଏସଏଲକୁ ନମୁନା ପରୀକ୍ଷା ଲାଗି ପଠାଯାଇଥିଲା । ଯାହା ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି । ଏଠି ପ୍ରଶ୍ନ ଉଠୁଛି କାହିଁକି ଓ କେଉଁ କାରଣରୁ ଏହି ଘଟଣାକୁ ଏଯାବତ୍ ଚପାଇ ରଖାଯାଇଛି ।
୩ଦିନ ତଳୁ ଆସିଥିବା ଏହି ରିପୋର୍ଟରେ ଏମିତି କ’ଣ ଲେଖା ରହିଛି? କେବଳ ଏତିକି ନୁହେଁ ରିପୋର୍ଟରେ ଏମିତି କିଛି ଲେଖା ରହିଛି କି’ ଯାହାକୁ ନେଇ ରାଜନୈତକି ସ୍ତରରେ ତୁମ୍ବି ତୋଫାନ ହେବ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି ।
ସୂଚନାଯୋଗ୍ୟ, ନଭେମ୍ବର ୫ରେ ଓଏଚଆରସି ଏଡିଜି ମହେନ୍ଦ୍ର ପ୍ରତାପ କୁନ୍ଦୁଲି ମାମଲାରେ ଦୁଷ୍କର୍ମର ପ୍ରମାଣ ମିଳୁନାହିଁ ବୋଲି ତଦନ୍ତ ରିପୋର୍ଟରେ ଉଲ୍ଲେଖ କରିଥିଲେ । ଏହାକୁ ନେଇ ବିବାଦ ଉଠିବା ପରେ ଉକ୍ତ ନମୁନାକୁ ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ୨ୟ ଥର ଲାଗି ସିଏଫଏସଏଲକୁ ପଠାଯାଇଥିଲା । ଯାହାର ରିପୋର୍ଟ ହସ୍ତଗତ ହୋଇଥିଲେ ମଧ୍ୟ ବଜେପୁର ନିର୍ବାଚନ ଲାଗି ସରକାର ଚପାଇ ରଖିଥିବା ବିଶ୍ୱସ୍ଥ ସୂତ୍ରରୁ ଜଣାପଡିଛି ।
Durga Mahala
good work plz don’t sleep