ଜୟପୁର ( ଏଟିଆର ବ୍ୟୁରୋ): ଡଷ୍ଟବିନରୁ ମିଳିଲା ନବଜାତକ ଶିଶୁର ମୃତ ଦେହ । ପିଲା କାହାର ଏବେ ବି ସନ୍ଦେହରେ । ଅନୈିତିକ ସମ୍ପର୍କରୁ ପିଲାଟିର ସୃଷ୍ଟି ହୋଇଥିବା ସନ୍ଦେହ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜୟପୁର ଜିଲ୍ଲା ପାରା ବୋଡା ଅଞ୍ଚଳରେ । ଯାହାକୁ ନେଇ ସାରା ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ ଉକ୍ତ ଅଞ୍ଚଳରେ ଥୁଆ ହୋଇଥିବା ହଷ୍ଟ ବିନରେ ଏକ ନବଜାତକ ପଳଶ ପଡିଥିବାର ରାସ୍ତା ଦେଇ ଯାଉଥିବା ଲୋକ ମାନେ ଦେଖିଥିଲେ । ପିଲାଟି ଜୀବିତ ଅଛିକି ନାହିଁ ସେମାନେ ଭଲ ଭାବେ ପରଖି ଥିଲେ ।
ମାତ୍ର ପିଲାଟି ମରିଯାଇଥିବା ସେମାନେ ଦେଖିଥିଲେ । ପରେ ସ୍ଥାନୀୟ ଲୋକ ଏନେଇ ପୌରପରିଷଦ ସଫେଇ କର୍ମଚାରୀଙ୍କୁ ଅବଗତ କରିଥିଲେ । ପୌର ପରିଷଦର କର୍ମଚାରୀ ମାନେ ଆସି ନବଜାତକ ଶିଶୁର ମୃତ ଦେହ ଉଦ୍ଧାର କରିଥିଲେ । ତେବେ କିଏ ଅମାନୁସିକ କାମ କରିଛି ତାହା ଜଣା ପଡିନାହିଁ । ପିଲାଟି ମରିଗଲା ପରେ ଏଠାର ଫୋପଡା ଯାଇଛି ନାଁ କେହି ଏମିତି ଜାଣିଶୁଣି କରିଛି ତାହା ସ୍ପଷ୍ଟ ହୋଇନାହିଁ ।
ତେବେ ସାଧାରଣ ଲୋକଙ୍କ କହିବା କଥା ଅନୈତିକ ଉପାୟରେ ପିଲାଟିର ଜନ୍ମ ହୋଇଥିବାରୁ ନିଜ ପାପକୁ ଲୁଚାଇବାକୁ ଯାଇ ଏମିତି କୁତ୍ସିତ କାମ କରିଥିବା ଅନୁମାନ କରାଯାଉଛି । ପିଲାଟିକୁ ଦେଖିବା ପାଇଁ ସେଠାରେ କିଛି ସମୟ ପାଇଁ ଭିଡ ଦେଖିବାକୁ ମିଳିଥିଲା ।