କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); କିଛିଦିନର ବିରତି ପରେ କେନ୍ଦ୍ରାପଡାରେ ପୁଣି ଫୁଟିଲା ଗୁଳି । ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସେକ୍ ନଦୀମ୍ ଆହତ ହୋଇଛି । ତା ବାମ ଗୋଡରେ ଗୁଳି ବାଜିଛି । ପୁଲିସ ତାକୁ ଗିରଫ କରି କଟକ ମେଡିକାଳରେ ଭର୍ତ୍ତି କରିଛି । ସେକ୍ ନଦୀମ ନିକଟରୁ ପୁଲିସ ଗୋଟିଏ ବନ୍ଧୁକ,ଅନାନ୍ୟ ମାରଣାସ୍ତ୍ର ଏବଂ ସ୍କୁଟି ଜବତ କରିଛି । ତା ନାମରେ କେନ୍ଦ୍ରାପଡା,ଜଗତସିଂହପୁର,କଟକ ଏବଂ ବିଭିନ୍ନ ଥାନାରେ ୧୪ରୁ ଅଧିକ ମାମଲା ରହିଛି ।
ପୋଲିସ ସୂଚନା ମୁତାବକ ସେକ୍ ନାଦୀମ୍ କିଛି ଦିନ ହେବ ପୋଲିସ ଆଖିରେ ଧୂଳି ଦେଇ ଲୁଚି ରହିଥିଲା । ଶୁକ୍ରବାର ସେକ୍ ନଦୀମ୍ ତାର ଜଣେ ସହଯୋଗୀକୁ ବନ୍ଧୁକ ଦେବା ପାଇଁ ନିଜ ଗାଁ କ୍ରିଷ୍ଣାନନ୍ଦପୁରକୁ ଆସିଥିଲା । ବିଶେଷ ସୂତ୍ରରୁ ଖବର ପାଇବା ପରେ ସ୍ଥାନୀୟ ପାଟକୁରା ଥାନା ପୁଲି ଏବଂ ସ୍ପେସାଲ ସ୍କ୍ୱାର୍ଡ ମିଶି ଗାଁରୁ ଫେରୁଥିବା ବେଳେ ଅର୍ଜୁନପୁର ଛକ ନିକଟରେ ତାକୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ । ପୁଲିସ କବଳରୁ ଖସିଯିବା ପ୍ରଥମେ ଗୁଳି ଚଲାଇଥିଲା ସେକ୍ ନଦୀମ୍ । ପରେ ପୁଲିସ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିଲା । ଗୁଳି ସିଧା ଅପରାଧୀର ବାମ ଗୋଡରେ ବାଜିଥିଲା । ପରେ ପୁଲିସ ତାକୁ ଗିରଫ କରିଥିଲା । ଏବଂ ସ୍ୱାସ୍ଥ୍ୟ ସେବା ପାଇଁ କଟକ ବଡ ମେଡିକାଲରେ ଭର୍ତ୍ତି କରିଛି ।