ସମ୍ବଲପୁର ( ଏଟିଆର ବ୍ୟୁରୋ): ସିଆରପିଏଫ କ୍ୟାମ୍ପରେ ଗୁଳି ଫୁଟି ଯବାନ ମୃତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଯୁମୁପୁରା ଅଞ୍ଚଳରେ । ସୂଚନା ଅନୁସାରେ ପ୍ରତିଦିନ ଭଳି ଫାୟାର କ୍ୟାମ୍ପ ହେଉଥିଲା । ପାୟାର କ୍ୟାମ୍ଫ ଚାଲିଥିବା ବେଳେ ହଟାତ ଏକ ଗୁଳିର ଶବ୍ଧ ହୋଇଥିଲା । ଗୁଳିର ଶବ୍ଧ ଶୁଣି ଅନ୍ୟ ସାଥି ଜବାନ ମାନେ ଯାଇଁ ଦେଖନ୍ତି ତ ବୁଟା ସିଂ ନାମକ ଜଣେ ଯବାନଙ୍କର ରକ୍ତ ଜୁଡୁବୁଡୁ ଶରୀର ପଡିଥିଲା ।
ମୃତ୍ୟୁ ବେଳେ ତାଙ୍କ ପାଖରେ ମୋବାଇଲ, ବନ୍ଧୁକ ଓ ଖୋକା ପଡିଥିଲା । ସାଥ ିଯବାନ ମାନେ ସେଠାରୁ ତାଙ୍କୁ ନେଇ ସମ୍ବଲପୁର ମେଡିକାଲରେ ଭତ୍ତର୍୍ି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସାଥି ଯବାନଙ୍କ କହିବା କଥା ସେମାନେ ପ୍ରତିଦିନ ଭଳି ଫାୟାରିଂ ଅଭ୍ୟାସ ପାଇଁ କ୍ୟାମ୍ପକୁ ଯାଇଥିଲେ ।
ସେଠାରେ ହଠାତ ଏକ ଗୁଳି ଫୁଟିବାର ଶବ୍ଦ ଶୁଣି ଯାଇ ଦେଖନ୍ତିତ ବୁଟା ସିଂଙ୍କର ରକ୍ତ ଜୁଡୁବୁଡୁ ଶରୀର ସେଠାରେ ପଡିଥିବାର । ସେମାନେ ସଙ୍ଗେ ସଙ୍ଗେ ମେଡିକାଲ ନେଇ ଯାଇଥିଲେ । ବୁଟା ଆତ୍ମହତ୍ୟା କରିଥିବା ପାରିପାଶ୍ୱିର୍କ ପରିସ୍ଥିତିରୁୂ ସନ୍ଦେହ ଉପୁଜିଛି । ମାତ୍ର ଗୁଳି ଫୁଟିବାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ମଧ୍ୟ ସ୍ପଷ୍ଟ ହୋଇନାହିଁ । ଘଟଣାକୁ ନେଇ କ୍ୟାମ୍ପରେ ଦୁଃଖର ବାର୍ତ୍ତା ବରଣ ରହିଛି । ଶବ ବ୍ୟବଛେଦ ପାଇଁ ପଠାଯିବା ସହ ଅଧିକ ତଦନ୍ତ ଆରମ୍ଭ ହୋଇଛି ।