ବାରଙ୍ଗ (ଏଟିଆର ବ୍ୟୁରୋ); ଦିନକୁଦିନ ବଢ଼ି ଚାଲିଛି ଲୁଟର ସଂଖ୍ୟା । ଅଭିନୟ ଉପାୟରେ ଚୋରୀ କରୁଛନ୍ତି ଦୁର୍ବୃତ୍ତ । କେଉଁଠି କାହାକୁ ଏକୁଟିଆ ପାଇ ଲୁଟି ନେଉଛନ୍ତି ତ ଆଉ କେବେ କାହା ଘରେ ପଶି ମାରଣାସ୍ତ୍ର ଲୁଟି ନେଉଛନ୍ତି ଲକ୍ଷାଧିକ ଟଙ୍କା । ତେବେ ଏଭଳି ଏକ ଘଟଣା ଘଟିଛି ନନ୍ଦନକାନନ ବାରଙ୍ଗ ଅଞ୍ଚଳରେ ଘରେ ଏକୁଟିଆ ଥିବା ଜଣେ ବୃଦ୍ଧାଙ୍କୁ ବାନ୍ଧି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା ଲୁଟି ନେଇଛନ୍ତି । ବୃଦ୍ଧା ଜଣକ ହେଲେ ୭୦ ବର୍ଷ ବୟଷ୍କା ତିଳୋତ୍ତମା । ତାଙ୍କ ଘରୁ ନଗଦ ୧୫ ହଜାର ଟଙ୍କା ଏବଂ ୨ ଲକ୍ଷ ଟଙ୍କାରୁ ସୁନା ଗହଣା ଲୁଟି ନେଇଛନ୍ତି । ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଁଞ୍ଚି ଛାନଭିନ କରୁଛି ।
ପୋଲିସ ରିପୋର୍ଟ ମୁତାବକ ଗତକାଲି ତିଳୋତ୍ତମାଙ୍କ ପୁଅ ବୋହୁ ବାହାଘର ଭୋଜି ଖାଇବାକୁ ଯାଇଥିଲେ । ଘରେ ଏକା ବୃଦ୍ଧା ଥିବା ଜାଣିବା ପରେ ଦୁର୍ବୃତ୍ତମାନେ ଘରେ ପଶି ତାଙ୍କୁ ପ୍ରଥମେ ବାନ୍ଧି ଦେଇଥିଲେ ଏବଂ ପରେ ଘରେ ଥିବା ସମସ୍ତ ସୁନା ଏବଂ ଗହଣାକୁ ଲୁଟି ନେଇଥିଲେ । ସକାଳୁ ଘରକୁ ପୁଅ ବୋହୂ ପହଁଞ୍ଚିବା ପରେ ବୃଦ୍ଧା ବନ୍ଧା ହୋଇଥିବା ଦେଖିଥିଲେ । ତାଙ୍କ ପାଟିରେ ମଧ୍ୟ କପଡା ବାନ୍ଧି ଦେଇଥିଲେ ଦୁର୍ବୃତ୍ତ । ଏଣୁ ସେ ରାତିରେ ପାଟି କରି କାହାକୁ ଡାକି ପାରି ନାହାଁନ୍ତି । ପୁଅ ବୋହୁ ସକାଳୁ ଖୋଲିବା ପରେ ସବୁ କହିଥିଲେ ତିଳୋତମା । ଏହା ପରେ ପୁଅ ବୋହୁ ଥାନାରେ ଏତଲା ଦେଇଥିଲେ । ଏହି ଏତଲା ଆଧାରରେ ପୋଲିସ ଘରେ ପହଁଞ୍ଚି ଛାନଭିନ ଆରମ୍ଭ କରିଛି ।
ଦିନକୁ ଦିନ ବଢ଼ି ଚାଲିଛି ଅପରାଧୀଙ୍କ ଦୁନିଆ । ଆଜି ବ୍ରହ୍ମପୁରରେ ମଧ୍ୟ ଦୁଇ ଜଣ ବୟସ୍କ ଦମ୍ପତିଙ୍କ ଠାରୁ ପୋଲିସ ପରିଚୟ ଦେଇ କିଛି ଦୁର୍ବୃତ୍ତ ସୁନା ଗହଣା ଲୁଟି ନେଇଥିଲେ । ଏବଂ ଗତକାଲି ବିଳମ୍ବିତ ରାତିରେ ମଧ୍ୟ ଢ଼େଙ୍କାନାଳରେ ଜଣେ ସେସୁ କର୍ମଚାରୀଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନା ଏବଂ ଟଙ୍କା ଲୁଟି ନେଇଥିଲେ ।