ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ଅସୁରକ୍ଷିତ ନାରୀ ସମାଜ । ରେଳ ଧାରଣାରୁ ମିଳିଲା ମହିଳାଙ୍କ ମୃତଦେହ । କେହି ଦୁର୍ବୃତ୍ତ ଦୁଷ୍କର୍ମ ପରେ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି ପୋଲିସ । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ଅଟ୍ରି ଉଷ୍ମପ୍ରସବଣ ନିକଟବର୍ତ୍ତୀ କରଡଗାଡିଆ ରେଳ ଧାରଣାରେ । ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ । ତେବେ ମୃତ ଦେହ ନିକଟରୁ ଭ୍ୟାନିଟି ବ୍ୟାଗ,ଅଧା ପିଇଥିବା ଥଣ୍ଡା ପାନୀୟ ଏବଂ ଏକ ବିଷ ବୋତଲ । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଘଟଣାର ତଦନ୍ତ ଜାରି କରିଛି ପୋଲିସ ।
ପୋଲିସ ରିପୋର୍ଟ ମୁତାବକ ଶନିବାର ରେଳ ଧାରଣା ଉପରେ ମହିଳାଙ୍କ ମୃତଦେହ ଦେଖିବା ପରେ ଭୟ ମରିଯାଇଥିଲେ ସ୍ଥାନୀୟ ଲୋକ । ସେମାନେ ପାଖକୁ ଯାଇ ପ୍ରଥମେ ଚିହ୍ନିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ମହିଳା ଜଣକ ସ୍ଥାନୀୟ ଅଞ୍ଚଳର ନୁହେଁ ଜାଣିବା ପରେ ପୋଲିସକୁ କବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଲୋକଙ୍କ ପଚରା ଉଚରା କରୁଛି । ତେବେ ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି କି କେହି ମହିଳାଙ୍କ ପ୍ରଥମେ ଦୁଷ୍କର୍ମ କରିଛି ଏବଂ ପରେ ରେଳ ଧାରଣାରେ ଶୁଆଇଦେଇଛି । ପାରିପାର୍ଶିକ ପରିସ୍ଥିତିରୁ ଅନୁମାନ କରାଯାଉଛି କି ଏହା ହତ୍ୟା । ତେବେ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଜଣା ପଡିଯିବ ।