ଗଞ୍ଜାମ(ଏଟିଆର ବ୍ୟୁରୋ): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହଠାତ୍ ଭିଜିଲାନ୍ସ ହାତରେ ଧରା ପଡିଥିବା ସରକାରୀ କର୍ମଚାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଭଞ୍ଜନଗର ଡିଫଓ ବିଜୟ କେତନ ଆଚାର୍ଯ୍ୟଙ୍କୁ କୋର୍ଟରେ ହାଜର କରାଯିବା ପରେ ସିଧାସଳଖ ଜେଲ ପଠାଯାଇଛି ।
ଖବରମୁତାବକ, ଦୀର୍ଘ ଦିନ ହେବ ବିଜୟଙ୍କ ନାଁରେ ଆୟବର୍ହିଭୂତ ସମ୍ପତ୍ତି ଠୁଳକୁ ନେଇ ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ଭିଜିଲାନ୍ସ ଟିମ୍ ହଠାତ୍ ବିଜୟଙ୍କ ସରକାରୀ କାର୍ଯ୍ୟାଳୟ , ବାସଭବନ,କଟକ,ଭୁବନେଶ୍ୱର ଓ ପୁରୀରେ ରେଡ୍ କରିଥିଲା । ସେହିସମୟରେ ନଗଦ ୫ କୋଟି ୫୦ ଲକ୍ଷ ଟଙ୍କା ସମେତ ଅନେକ ଜରୁରୀ କାଗଜ ପତ୍ର ଏବଂ ପାସବୁକ୍ ଜବତ କରିଥିଲା ।