ଅନୁଗୁଳ (ଏଟିଆର ବ୍ୟୁରୋ); ଦିନକୁ ଦିନ ଦେହ ଲୋଭୀ ମଣିଷଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯେଉଁ କାରଣରୁ ବୟସର ତାରତମ୍ୟ ନଦେଖି କରୁଛନ୍ତି ଦୁଷ୍କର୍ମ । କେବେ ୭୦ ବର୍ଷୀୟ ବୃଦ୍ଧା ଦୁଷ୍କର୍ମର ଶିକାର ହେଉଛନ୍ତି ତ ଅ୍ଧମ କେତେବେଳେ ନାବାଳିକା । ତେବେ ପୁଣି ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ନଜରକୁ ଆସିଛି । ଜଣେ ଯାଯାବର ନାବାଳିକାଙ୍କୁ କେହି ଦୁଷ୍କର୍ମ କରିବା ପରେ ଫୋପାଡି ଚାଲିଯାଇଛି । ଅନୁଗୁଳ ଜିଲ୍ଳା ବସଷ୍ଟାଣ୍ଡରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ପୋଲିସର ତଦନ୍ତ ଜାରି ।
ସୂଚନା ଅନୁଯାୟୀ, ନାଗପୁର ଅଞ୍ଚଳରୁ କିଛି ଯାଯାବର ଆସି ଅନୁଗୁଳ ବସ ଷ୍ଟାଣ୍ଡ ପାଖରେ ରହୁଥିଲେ । ସେମାନେ ବର୍ଷା ହେଲେ ଦୋକାନ ପିଣ୍ଡାରେ ଶୋଇଥାନ୍ତି । ତେବେ ବାପା ମାଙ୍କ କୋଳରେ ଶୋଇଥିବା ଜଣେ ଆଠ ବର୍ଷର ନାବାଳିକାଙ୍କୁ କେହି ଦୁର୍ବୃତ୍ତ ନେଇ ଦୁଷ୍କର୍ମ କରିଛି । ଏତିକିରେ ମନ ଶାନ୍ତି ହୋଇ ନାହିଁରେ ଶେଷରେ ଡ୍ରେନରେ ଫୋପାଡି ଚାଲିଯାଇଛି ।
ରାତିରେ ପିଡିତାଙ୍କ ବାପା ମା ଝିଅକୁ ନପାଇ ଖୋଜାଖୋଜି କରିଥିଲେ । ପାଖରେ ଏକ ଡ୍ରେନରୁ କ୍ଷତାକ୍ତ ଅବସ୍ଥାରେ ଝିଅକୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସ୍ଥାନୀୟ ପୋଲିସ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି । କେହି ଜଣେ ଲଣ୍ଡା ମୁଣ୍ଡିଆ ଲୋକ ଏଭଳି କରିଥିବା ଅନୁମାନ କରାଯାଉଛି । କାରଣ ସପ୍ତାହେ ପୂବେ ନାବାଳିକାଙ୍କୁ ଉଠାଇ ନେବାକୁ ଚେଷ୍ଟା କରିଥିଲା । ଯାଯାବରମାନେ ତାକୁ ଗୋଡାଇବାରୁ ସେ ପଳାଇଥିଲା ।