ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି ଜବତ ହେଲା ଧଳା ଜହର । ମାନେ ବ୍ରାଉନସୁଗାର । ମଞ୍ଚେଶ୍ୱର ଥାନା ଚିନ୍ତାମଣିଶ୍ୱର ଓ ହଳଦିପଡିଆ ବସ୍ତିରୁ ବାଉନସୁଗାର ଜବତ କରିଛି ଫ୍ଲାଇଁ ସ୍କ୍ୱାଡ । ପାଖାପାଖି ୩୮୫ଗ୍ରାମ ବାଉନସୁଗାର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩୮ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । କିଛିଦିନ ତଳେ ସାଲିଆସାହିରୁ ମଧ୍ୟ ଅନୁରୂପ ଢ଼ଙ୍ଗରେ ବାଉନସୁଗାର ଜବତ ହୋଇଥିଲା ।
ତେବେ ଆଜିକାର ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ସଂଗିତା ମହାନ୍ତି, ଟୁକୁନା ମହାନ୍ତି ଓ ସୋନା ଖାନ । ତେବେ ଢ଼େରଦିନ ହେବ ଏମାନଙ୍କ ଉପରେ ନଜର ରଖିଥିଲା ଅବକାରୀ ବିଭାଗ । ଏମାନେ ଜଳେଶ୍ୱରରୁ ଏହି ବାଉନସୁଗାର ଆଣି ବିକ୍ରି କରୁଥିବା ତଦନ୍ତରୁ ଜଣାପଡିଛି । ବାରମ୍ବାର ଭୁବନେଶ୍ୱରରୁ ବାଉନସୁଗାର ଜବତ ହେବା ଘଟଣା ପ୍ରମାଣ କରୁଛି ପୂରା ଭୁବନେଶ୍ୱରରୁ ଗ୍ରାସ କରିଛି ଧଳା ଜହର ।
ପୁଲିସ ରେକର୍ଡ କହୁଛି ଏହି ଧଳାଜହର ମାୟାଜାଲରେ ଏବେ ଅଧିକାଂଶ କଲେଜ ଛାତ୍ର ଓ ଯୁବଗୋଷ୍ଠୀ ପଡିଛନ୍ତି । ସଚେତନତା ଅଭାବ ଯୋଗୁ ସମସ୍ତେ ଅବାଟକୁ ଯାଉଥିବା ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।