କେନ୍ଦ୍ରାପଡା(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । କେଉଁଠି ଦିନ ଦିପହରେ ଲୁଟୁ ହୋଉଛିତ ଆଉ କେଉଁଠି ଗୁଳି ଫୁଟୁଛି । ଗତ କାଳି ସକାଳେ ମଣିକୁଣ୍ଡା ଗ୍ରାମର ଯୁବ ବ୍ୟବସାୟ ଗଗନ ସାହୁଙ୍କ ଉପରେ ଦୁର୍ବୃତ୍ତ ମାନେ ଗୁଳି ମାଡ କରି ତାଙ୍କୁ ହତ୍ୟା କରିଛନ୍ତି । ସୂଚନା ଅନୁସାରେ ଗଗନ ଓ ତାଙ୍କ ଭାଇ ଗତ କାଳି ସକାଳେ କୌଣସି କାମରେ କେନ୍ଦ୍ରାପଡା ଉପକଣ୍ଠ ଗରାପୁର ଅଞ୍ଚଳକୁ ଆସୁଥିଲେ । ଏହି ସମୟରେ ବାଟରେ ୫ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଗୋପଛକ ଓ ଛଅଘରିଆ ମଧ୍ୟବର୍ତ୍ତୀ ଅଞ୍ଚଳରେ ଅଚାନକ ୩ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ୩ରାଉଣ୍ଡ ଗୁଳି ମାଡ କରି । ଘଟଣା ସ୍ଥଳରେ ଗଗନଙ୍କ ମୃତୁ ଘଟିଥିଲା । ଗଗନଙ୍କ କାନ ଓ ବେକରେ ଗୁଳି ବାଜିଥିଲା ।
ଏହା ପରେ ଦୁର୍ବୃତ୍ତ ମାନେ ଆସିଥିବା ବାଇକ ମାଧ୍ୟମରେ ପାରାଦ୍ୱୀପ ଆଡେ ଯାଇଥିବାର ସ୍ଥାନୀୟ ଲୋକ କହୁଛନ୍ତି । ଗଗନଙ୍କ ମୃତୁ ଦେହ ଡାକ୍ତରଖାନାରେ ପହଞ୍ଚିବା ପରେ ସେଠାରେ ଉତ୍ତେଜନା ଦେଖାଯାଇଥିଲା । ଗୁଳି ମାଡର କାରଣ ଜଣା ପଡି ନଥିଲେବି ଗାଁ ମେଲଣରେ ହୋଇଥିବା ଝଗଡାକୁ କେନ୍ଦ୍ର କରି ଏପରି ଘଟିଥାଇ ପାରେ ବୋଲି ସାଧାରଣରେ ଚର୍ଚ୍ଚା ହୋଉଛି । ଘଟଣା ସ୍ଥଳରେ ସିଡିପିଓ ରାଜୀବ ଲୋଚନ ପଣ୍ଡା ଓ ପୋଲିସ ଫୋର୍ସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।