ନବରଙ୍ଗପୁର(ଏଟିଆର ବ୍ୟୁରୋ): ଆଜି ସକାଳେ ନବରଙ୍ଗପୁର ଅବକାରୀ ବିଭାଗ ସହର ବାହରକୁ ଗଂଜେଇ ଚାଲାଣ ହୋଉଥିବାର ଖବର ପାଇଥିଲେ । ଅବକାରୀ ବିଭାଗ ନବରଙ୍ଗପୁର ସହରର ଚାଉଁରିଆଗୁଡା ଠାରେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଜଗି ରହିଥିଲେ । ଏହି ସମୟରେ ଦୁଇଟି ବାଇକ୍ ଯୋଗେ ଦୁଇ ଜଣ ଯୁବକ ୩ଟି ବ୍ୟାଗ ପକାଇ ସହର ବାହାରକୁ ଯିବାର ଦେଖିଥିଲେ ଅବକାରୀ ବିଭାଗ । ସେମାନଙ୍କୁ କିଛି ବାଟ ପିଛା କରିଥିଲେ ଅବକାରୀ ବିଭାଗର କର୍ମଚାରୀ ମାନେ । ଏଥିରେ ବିଚଳିତ ହୋଇ ପଡି ଯୁବକ ମାନେ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ ।
ହେଲେ ଅବକାରୀ ବିଭାଗର କର୍ମଚାରୀ ମାନେ ସେମାନଙ୍କୁ କାବୁ କରିବାରେ ସଫଳ ହୋଇ ଥିଲେ । ୩ଟି ବ୍ୟାଗ ମଧ୍ୟରୁ ୪୫ କିଲୋର ଗଂଜେଇ ଥିବାର ସ୍ୱୀକାର କରିଛନ୍ତି ଅଭିଯୁକ୍ତ । ଏହି ଗଂଜେଇ ପାଖାପାଖି ୪ ଲକ୍ଷ ୫୦ ହଜାର ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି । ଗଂଜେଇକୁ ସେମାନେ କୋରାପୁଟୁ ଜିଲ୍ଲାରୁ ରାୟପୁର ଜିଲ୍ଲା ଚାଲାଣ କରୁଥିଲେ ବୋଲି କହିଛନ୍ତି । ଅଭିଯୁକ୍ତଙ୍କ ପାଖରୁ ଦୁଇଟି ବାଇକ ମଧ୍ୟ ଜବତ ହେଇଛି । ଅବକାରୀ ବିଭାଗ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଆଉ କିଏ ସେମାନଙ୍କ ସହିତ କାମ କରୁଛି କି ନାହିଁ ସେ ବିଷୟରେ ତଦନ୍ତ ଜାରି ରଖିଛି । ଗିରଫ ଅଭିଯୁକ୍ତ ମାନେ ଉତ୍ତର ପ୍ରଦେଶର ବାସିନ୍ଦା ବୋଲି ଜଣାପଡିଛି ।