ବାଲେଶ୍ୱର ( ଏଟିଆର ବ୍ୟୁରୋ): କୁକୁର ଖାଇଲା ମଣିଷ ଛୁଆ । ଶିଶୁ କନ୍ୟା ହେଲା ଅଲୋଡା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସୋର ଡାକ୍ତରଖାନା ଆଗରୁ । ଡାକ୍ତରକାନା ଆଗରେ ଏକ ବୁଲା କୁକୁର ଏକ ଶିଶୁ କନ୍ୟା ଖାଉଥିବାର ନଜର ଆସିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ପିଲାଟି ଶିଶୁ କନ୍ୟା ହୋଇଥିବାରୁ ତାକୁ କେହି ଏଠାରେ ଜାଣି ଶୁଣି ଫୋପାଡି ଦେଇଥିବା ଆଲୋଚନା ହେଉଛି । ସୂଚନା ଅନୁସାରେ ସୋର ଡାକ୍ତରଖାନା ଆଗରେ କୁକୁର ଏକ ଶିଶୁକନ୍ୟା ଖାଉଥିବାର ଲୋକେ ଦେଖିଥିଲେ । ।
ଏନେଇ ଲୋକେ ଡାକ୍ତରଖାନା ସମେତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁକନ୍ୟାର ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି । ତେବେ ଶିଶୁଟି କିଏ ସେଠାରେ ପକାଇଲା ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ପିଲାଟିର ଗୋଟିଏ ଗୋଡ କୁକୁର ଖାଇ ଦେଇଥିବା ନଜର ଆସିଛି । ସେପଟେ ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି ୧୫ ଦିନ ହଲା ଡାକ୍ତରଖାନାରେ କୌଣସି ପ୍ରସବ ହୋଇନାହିଁ ବୋଲି ।
ଶିଶୁ କନ୍ୟା ହୋଇଥିବାରୁ କେହି ଏମିତି ପିଲାଟିକୁ ଫୋପାଡି ଦେଇ ଚାଲି ଯାଇଥିବା ସାଧାରଣରେ ଆଲୋଚନା ହେଉଛି । ପୂର୍ବରୂ ଏହି ନିକଟରେ ଏମିତି ଏକ ଘଟଣା ଜଗତସିଂହପୁର ସାମାଛକରେ ଦେଖିବାକୁ ମିଳିଥିଲା । କେନାଲ ମଧ୍ୟରେ ଏକ ମୃତ ଶିଶଉ କନ୍ୟା ପଡିଥିବାର ନଜର ଆସିଥିଲା ।