ଖୋର୍ଦ୍ଧା(ଏଟିଆର ବ୍ୟୁରୋ): ଭିଜିଲାନ୍ସ ହାବୁଡରେ ଆଉ ଜଣେ ଲାଞ୍ଚୁଆ ସ୍ୱାସ୍ଥ୍ୟ କର୍ମଚାରୀ ଧରା ପଡିଛନ୍ତି । ମୃତୁ ପ୍ରମାଣ ପତ୍ର ପାଇଁ ୧ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରା ପଡିଛନ୍ତି ଜଣେ କିରାଣୀ । କିରାଣୀ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ହଳଦିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଶୋକ କୁମାର ମାହାନ୍ତି । ସୂଚନା ଅନୁସାରେ ବଣିଆଟାଙ୍ଗି ଗ୍ରାମର ମନୋରଞ୍ଜନ ରାୟ ନିଜ ପିତାଙ୍କ ମୃତୁ ପ୍ରମାଣ ପତ୍ର ପାଇଁ ବାରମ୍ବାର ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଦୌଡିବା ପରେ ମଧ୍ୟ ମୃତୁ ପ୍ରମାଣ ପତ୍ର ପାଇ ପାରି ନଥିଲେ ।
ସେଠାରେ କିରାଣୀ ଭାବେ କାର୍ଯ୍ୟ କରୁ ଥିବା ଅଶୋକ ତାଙ୍କୁ ୧ହଜାର ଟଙ୍କା ଲାଞ୍ଚ ଦେଲେ ପ୍ରମାଣ ପତ୍ର ମିଳିବ ବୋଲି କହୁଥିଲେ । ଏହାକୁ ନେଇ ମନୋରଞ୍ଜନ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ଏହା ପରେ ଭିଜିଲାନ୍ସ ବିଭାଗ ତାର ଜାଲ ବିଛାଇ ଥିଲା । ଆଜି ସକାଳୁ ଅଶୋକ ମୃତୁ ପ୍ରମାଣ ପତ୍ର ଦେବା ପାଇଁ ୧ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଗିରଫ କରିଛି । ଭିଜିଲାନ୍ସ ଟିମ ଅଶୋକଙ୍କ କାର୍ଯ୍ୟାଳୟ ସମେତ ତାଙ୍କ ବାସଭବନ ଓ ଅନ୍ୟାନ ଜାଗାରେ ଚଢାଉ ଆରମ୍ଭ କରିଛି । ତେବେ ଚଢାଉ ଜାରି ରହିଥିବାରୁ ଅଶୋକଙ୍କ ସମ୍ପତିର ମୂଲ୍ୟ ଆକଳନ କରାଯାଇ ପାରିନି ।