ଭୁବନେଶ୍ୱର(ଏଟିଆର ବ୍ୟୁରୋ): ନୂତନ ଟ୍ରାଫିକ ନିୟମ ଅନୁସାରେ ବର୍ତ୍ତମାନ ସାରା ରାଜ୍ୟର ଲୋକ ମାନଙ୍କୁ ଗଣିବାକୁ ପଡୁଛି ମୋଟା ଅଙ୍କର ଟଙ୍କା । ତେବେ ବର୍ତ୍ତମାନ ମଦ ପିଇ ଗାଡି ଚଳାଇଲେ ଗିରଫ ହେବାକୁ ପଡିବ ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ବିକେ ଶର୍ମା । ଆଜି ସନ୍ଧ୍ୟା ଠାରୁ ରାଜ୍ୟରେ ଥିବା ୧୪ଟି ଟେଲଗେଟ ଠାରେ ଚେକିଙ୍ଗ ଆରମ୍ଭ କରିବା ସହ ଦୃଢ କାର୍ଯ୍ୟନୁଷ୍ଠନ ଗ୍ରହର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ଧରାପଡିବା ମାତ୍ରେ ବ୍ରେଥ ଆନାଲାଇଜର ଟେଷ୍ଟ କରିବା ସହ ଦୁଇ ଘଣ୍ଟା ମଧ୍ୟରେ ରକ୍ତ ପରିକ୍ଷା କରାଯିବ ।
ଯଦି ମଦୁଆ ଚାଳକଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବେଲ ନକରାଯାଏ ତେବେ ତାଙ୍କୁ ବିଚାର ବିଭାଗୀୟ ହାଜତକୁୁ ପଠାଯିବ । ଏହା ସହ କୋର୍ଟରେ ହାଜର କରାଯାଇ ପ୍ରମାଣ ସ୍ୱରୂପେ ଟେଲଗେଟର ସିସିଟିଭି ଫୁଟେଜ ଦିଆଯିବ । ନୂଆ ନିୟମ ଅନୁସାରେ ମଦ ପିଇ ଗାଡି ଚଳାଉ ଥିଲା ବେଳେ ଟ୍ରାଫିକରେ ଧରା ପଡିଲେ ୧୦ହଜାର ଟଙ୍କା ତଣ୍ଡ ଗଣିବାକୁ ପଡେ । ତେବେ ସାଧାରଣ ଲୋକଙ୍କୁ ହଇରାଣ ନକରି କେବଳ ସନ୍ଦେହ ହେଉଥିବା ଚାଳକଙ୍କୁ ଜାଞ୍ଚ କରିବାକୁ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।