ଭଦ୍ରକ (ଏଟିଆର ବ୍ୟୁରୋ); ମାଡ ମାରି ଲହୁ ଲୁହାଣ କରିଲେ । ପରେ ମରିଗଲା ଭାବି ବୋହୁକୁ ଗାଁର ପରିତ୍ୱକ୍ତ ସ୍ଥାନରେ ଫୋପାଡି ଦେଲେ ଶାଶୁଘର ଲୋକ । ତେବେ ଭଗବାନଙ୍କ ଦୟାରୁ ଗାଁଲୋକ ମହିଳାଙ୍କୁ ଉଦ୍ଧାର ପୋଲିସକୁ ଖବର ଦେବା ସହିତ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ନାଲମୁଣ୍ଡା ପଞ୍ଚାୟତର ପ୍ରତାପପୁର ଗାଁରେ । ଯୌତୁକ ପାଇଁ ବୋହୁକୁ ଆଖିବୁଜା ମାଡ ମାରିବା ପରେ ମରିଗଲା ଭାବି ବିଲରେ ଫୋପାଡି ଦେଇଥିଲେ ଶାଶୁଘର ଲୋକ । ପୋଲିସ ଏହି ଖବର ପାଇବା ପରେ ଅଭିଯୁକ୍ତ ସ୍ୱାମୀ ରତିକାନ୍ତ ନାୟକକୁ ଗିରଫ କରିଛି । ଶାଶୁଘର ପରିବାରର ଅନ୍ୟମାନେ ଫେରାର ହୋଇଯାଇଛନ୍ତି ।
ପୋଲିସ ରିପୋର୍ଟ ମୁତାବକ, ୫ ମାସ ପୂର୍ବରୁ ନଳଗୋହିରା ପଂଚାୟତର କରୁଣାକର ଭୋଇଙ୍କ ଝିଅ ରଶ୍ମିତା ଭୋଇ ନାଲଗୁଣ୍ଡା ପଂଚାୟତ ପ୍ରତାପପୁର ଗାଁର ରତ୍ନାକର ନାୟକଙ୍କ ପୁଅ ରତିକାନ୍ତ ନାୟକଙ୍କ ପ୍ରେମ ବିବାହ ହୋଇଥିଲେ । ଶାଶୁଘର ଲୋକ ଯୌତୁକ ପାଇଁ ବିବାହ ପରଠାରୁ ମାଡପିଟ କରୁଥିଲେ । ତେବେ ଶନିବାର ରାତିରେ ସେମାନେ ମାଡ ମାରି ମାରି ବେହୋସ କରି ଦେଇଥିଲେ । ଶାଶୁଘର ଲୋକ ଭାବିଥିଲେ କି ମରି ଯାଇଛି ଏଣୁ ବିଲରେ ଫୋପାଡି ଦେଇ ଚାଲିଆସିଥିଲେ । ମାତ୍ର ଗାଁ ଲୋକ ଦେଖିବା ପରେ ରଶ୍ମିତାଙ୍କୁ ଉଦ୍ଧାର କରି ପୋଲିସ ଏବଂ ବାପଘର ଲୋକଙ୍କୁ ଖବର ଦେଇଥିଲେ ।
ବାପଘର ଲୋକ ଆସିବା ପରେ ରଶ୍ମିତାଙ୍କୁ ନେଇ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ । ସେପଟେ ପୋଲିସ ଯାଇ ଅଭିଯୁକ୍ତ ରତ୍ନାକରକୁ ଗିରଫ କରିଛି । ପରିବାରର ଅନ୍ୟମାନେ ଫେରାର ହୋଇ ଯାଇଛନ୍ତି । ତେବେ ଏହି ଘଟଣା ପରେ ମନେ ହେଉଛି ଆଜିବି ଲୋକଙ୍କ ରୁଗଣ ମାନସିକତା ରହିଛି । ଆଜିକାଲିର ଯୁଗରେ ମଧ୍ୟ ଯୌତୁକ ପାଇଁ ବୋହୁକୁ ମାଡ ମାରିବା ସହିତ ଜୀବନରୁ ମାରିଦେବା ପାଇଁ ଚେଷ୍ଠାକ କରୁଛନ୍ତି ।