ବାଲେଶ୍ୱର (ଏଟିଆର ବ୍ୟୁରୋ); ସ୍ତ୍ରୀକୁ ଚକିଆ ଚପାଇଲା ମାରିଲା ନୃଂଶସ ସ୍ୱାମୀ । ତେବେ ଏତିକିରେ ମନ ଶାନ୍ତି ହେଲାନି ଯେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଘରେ ପଙ୍ଖାରେ ଝୁଲେଇ ଫେରାର ହୋଇ ଯାଉଥିଲା । ବଡ ଝିଅ ନିଜ ଆଖିରେ ସବୁ କିଛି ଦେଖିବା ପରେ ପାଟିକରି ଗାଁଲୋକଙ୍କୁ ଡାକିଥିଲା । ପାଟିଶୁଣି ସାଇ ପଡିଶା ଦୌଡି ଆସି ଦୁର୍ବୃତ୍ତକୁ ଧରି ପୋଲିସ ଜିମା ଦେଇଛନ୍ତି । ଅଭିଯୁକ୍ତ ହେଲା କରୁଣାକର ମହାଳିକା । ମୃତ ମହିଳା ହେଲେ ମୀନତି ମହାଳିକା ।
କରୁଣାକର ସବୁବେଳେ ମଦ ପିଇ ଘରକୁ ଆସେ ଏବଂ ସ୍ତ୍ରୀକୁ ପଇସା ମାଗିଥାଏ । ତେବେ ପଇସା ଦେବାକୁ ମନା କଲେ ମାଡ ମାରିଥାଏ । ତେବେ ଏହି ମାଡ ମାରିବା ଥିଲା ତାର ନିତିଦିନିଆ କାମ । କିନ୍ତୁ ଗତକାଲି ସବୁକିଛି ଭୁଲିଯାଇଥିଲା କରୁଣାକର । ମିତତୀଙ୍କୁ ଆସି ମଦ ପିଇବା ପାଇଁ ଟଙ୍କା ମାଗିଥିଲା । ତେବେ ସେ ମନା କରିବା ପରେ ତା ମୁଣ୍ଡକୁ ପିତ ଚଢ଼ିଯାଇଥିଲା ।
ମିନତୀଙ୍କ ମୁହଁରେ ଚକିଆ ଚପାଇ ମାରି ଦେଇଥିଲା କରୁଣାକର । ଏହାପରେ ତାଙ୍କ ମୃତ ଦେହକୁ ଫ୍ୟାନରେ ଝୁଲାଇ ଦେଇଥିଲା । ବଡ ଝିଅ ସବୁ ଲୁଚି ଲୁଚି ଦେଖିଥିଲା । ଏବଂ ଗାଁ ଲୋକଙ୍କୁ କହିଥିଲା । ହତ୍ୟା କରିବା ପରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗାଁଲୋକ ତାକୁ କାବୁ କରି ନେଇଥିଲେ । ଇଲେକ୍ଟି ପୋଲରେ ବାନ୍ଧି ନିର୍ଦ୍ଧୁମ ଛେଚିଥିଲେ । ଏହାପରେ ଅଭିଯଙ୍କୁ ପୋଲିସ ଜିମା ଦେଇଥିଲେ । ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯାଇଛି ।