କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ସ୍ୱାମୀ ନେଲା ସ୍ତ୍ରୀ ଜୀବନ । କୁରାଢିରେ ହାଣି କଲା ହତ୍ୟା । ପାରିବାରିକ ଝଗଡାର ଶେଷ ପରିଣତି ହେଲା ମୃତ୍ୟୁ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ପାଟକୁରା ଅରଖକୁଦ ଗ୍ରାମରେ । ମୃତ୍ୟୁ ହୋଇଥିବା ମହିଳା ଜଣଙ୍କ ହେଉଛନ୍ତି କନକଲତା ଜେନା । ସୂଚନାଅନୁସାରେ ଗତକାଲି ଅଧରାତିରେ କୌଣସି କାରଣ ପାଇଁ କନକଲତା ଓ ତାଙ୍କ ସ୍ୱାମୀ ଚନ୍ଦନ କୁମାର ଜେନାଙ୍କ ମଧ୍ୟରେ କଳି ହୋଇଥିଲା ।
ଝଗଡା ଶେଷରେ ଏତେ ବଢି ଯାଇଥିଲା ଯେ ଯାହାର ଚରମ ପରିସମାପ୍ତି ହୋଇଥିଲା ସ୍ତ୍ରୀ ହତ୍ୟା । ଉତ୍ୟକ୍ତ ଚନ୍ଦନ ଜୋରରେ ରାଗିଯାଇ ପାଖରେ ଥିବା ଏକ କୁରାଢିରେ ନିଜ ସ୍ତ୍ରୀକୁ ହାଣି ପକାଇ ଥିଲେ । ସ୍ତ୍ରୀର ବଞ୍ଚାଅ ବଞ୍ଚାୟ ଡାକ ବି ରାଗ ଶାନ୍ତ କରି ପାରିନଥିଲା ଚନ୍ଦନଙ୍କର । କୁରାଢି ଚୋଟରେ ଶେଷରେ ଚାଲିଗଲା ସ୍ତ୍ରୀର ଜୀବନ । ଘଟଣା ସ୍ଥଳରେ କନକଲତାଙ୍କର ମୃତ୍ୟୁ ହୋଇଥିଲା ।
ତେବେ ଘଟଣାକୁ ନେଇ ମୃତ କନକଙ୍କ ଭାଇ ଅଭିଯୋଗ କରିଛନ୍ତି ଶାଶୁଘର ଲୋକେ ସମସ୍ତେ ମିଳିମିଶି ଭଉଣୀକୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ସ୍ୱାମୀ ଆଜି ସକାଳେ ପାଟକୁରା ଥାନାରେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି ।