ବାରିପଦା (ଏଟିଆର ବ୍ୟୁରୋ) ; ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଏକ ପବିତ୍ର ସମ୍ପର୍କ । ଯାହାକି ଭଗବାନଙ୍କର ଏକ ବରଦାନ । ସ୍ତ୍ରୀ ନିଜର ସ୍ୱାମୀକୁ ପରମେଶ୍ୱର ବୋଲି ମାନେ । ତେବେ ଏମିତି ସମୟ ଆସେ ଯେତେବେଳେ ଦୁହିଁଙ୍କ ଭିତରେ ଝଗଡା ହୁଏ । ଏହା ଏକ କରୁଣ ପରିସ୍ଥିତି ସୃଷ୍ଟି କରିଥାଏ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ଥାଉନଥାନା ଅନ୍ତର୍ଗତ ଶୁନଗଡିଆ ଅଞ୍ଚଳରେ । ସଇତାନ ସ୍ୱାମୀ ନୃଶଂସ ହୋଇ ନିଜ ସ୍ତ୍ରୀଙ୍କୁ ପଥରେୀ ଛେଚି ନିର୍ମମ ଭାବେ ହତ୍ୟା କରିଛି । ମୃତ ମହିଳା ଜଣଙ୍କ ହେଲେ ସଙ୍ଗୀତା ବୈଠା । ସଇତାନ ସ୍ୱାମୀ ଜଣଙ୍କ ହେଲେ ଶକ୍ତିପଦ ବୈଠା ।
ସଙ୍ଗୀତାଙ୍କ ମୃତ୍ୟୁ ଖବର ପାଇବା ପରେ ସାଇପଡିଶାଙ୍କ ମଧ୍ୟରେ କୋଳହହଳ ହୋଇଥିଲା । ଏହି ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଶକ୍ତିପଦକୁ ଗିରଫ କରିଛି । ସୂଚନା ମୁତାବକ ଗତକାଲି ରାତିରେ ସଙ୍ଗୀତା ଏବଂ ଶକ୍ତିପଦଙ୍କ ମଧ୍ୟରେ ପାରିବାରିକ କଥାକୁ ନେଇ କହଳ ହୋଇଥିଲା । ତେବେ ନିଜର ରାଗ ଉପରେ ନିୟନ୍ତ୍ରଣ କରିପାରି ନଥିଲେ ଶକ୍ତିପଦ । ପରେ ଘରେ ପଡିଥିବା ଏକ ପଥରରେ ଛେଚି ହତ୍ୟା କରିଥିବା ପୋଲିସ ଆଗରେ ମାନିଛନ୍ତି ଶକ୍ତି । ଏହି ଘଟଣାର ଅଧିକ ତଥ୍ୟ ପାଇଁ ପୋଲିସ ସାଇ ପଡିଶାଙ୍କୁ ମଧ୍ୟ ପଚରା ଉଚରା କରୁଥିବା ଦେଖିବାକୁ ମିଳିଛି ।