ବାଲେଶ୍ୱର ( ଏଟିଆର ବ୍ୟୁରୋ): ସ୍ତ୍ରୀକୁ ଗୋଡେଇ ଗୋଡେଇ ହାଣିଲା ସ୍ୱାମୀ । ପରକୀୟା ପ୍ରିତିରୁ ହତ୍ୟା ସନ୍ଦେହ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳରେ । ସ୍ତ୍ରୀର ଅନ୍ୟ କାହା ସହିତ ସମ୍ପର୍କ ଥିବା ନେଇ କମଳାକାନ୍ତ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କଳି ହୋଇଥିବା ସନ୍ଦେହ ହେଉଛି । କଳିହେବା ଫଳରେ କମଳାକାନ୍ତ ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ ଆକ୍ରମଣ କରିଥିଲେ । କେମଳାକାନ୍ତଙ୍କ ଘର ପଶ୍ଚିମବଙ୍ଗ ହୋଇଥିବାରୁ ସେ ଏବଂ ତାଙ୍କ ସ୍ତ୍ରୀ କମର୍ଦ୍ଦା ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ ।
ଗତକାଲି ବିଳମ୍ବିତ ରାତିରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ହୋଇଥିଲା । ପରେ କମଳାକାନ୍ତ ନିଜ ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଥିଲା । ରାତି ଅଧରେ ମହିଳା ଜଣଙ୍କର ପାଟି ଶୁଣି ପାଖ ପଡୋଶୀ ଲୋକ ଉଠି ଦେଖନ୍ତି ତ କମଳାକାନ୍ତ ତାଙ୍କ ସ୍ତ୍ରୀକୁ ହାଣି ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ ଘଟଣା ସ୍ଥଳକୁ ଆସିବା ଦେଖି କମଳାକାନ୍ତ ସେଠାରୁ କେଉଁ ଆଡେ ଫେରାର ହୋଇଯାଇଥିଲେ ।
ସ୍ଥାନୀୟ ଲୋକେ ଏ ନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । ପୋଲିସ ଶବ ଜବତ କରି । କମଳାକାନ୍ତଙ୍କୁ ଖୋଜିବା ଆରମ୍ଭ କରିଥିଲା । ପାଖାପାଖି ରାତି ୨ ଟା ବେଳେ କଳାକାନ୍ତଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା । ତେବେ ବାସ୍ତବରେ କମଳାକାନ୍ତ କାହିଁକି ନିଜ ସ୍ତ୍ୀକୁ ହତ୍ୟା କଲା ତାକୁ ନେଇ ତଦନ୍ତ ଆରମ୍ଭ କରିଛି ।