ବେଗୁନିଆ (ଏଟିଆର ବ୍ୟୁରୋ): ଦିନକୁ ଦିନ ଦୁର୍ବୃତ୍ତଙ୍କ ଉତ୍ପାତ ବଢିଚାଲିଛି । କେତେବେଳେ ଘରେ ପସି ଲୁଟ୍ କଲେଣି ତ ଆଉ କେତେବେଳେ ରାସ୍ତାରେ ଯାଉଥିବା ଲୋକଙ୍କୁୁ ଅଟକାଇ ବେଧଡକ ଲୁଟି ଚାଲିଛନ୍ତି ଦୁବୃର୍ତ୍ତ । ନା କାହାକୁ ଡର ଅଛି ନା ଭୟ । ଏହାସହିତ ଏଟିଏମ୍ ତାଡି ଲୁଟ୍ କରିବାରେ ମଧ୍ୟ ଏମାନେ ମାହିର୍ । ଆଜ୍ଞା ହଁ ଖୋର୍ଦ୍ଧାରେ ପୁଣି କିଛି ଦୁବୃର୍ତ୍ତ ଏଟିଏମ୍ ତାଡି ଲୁଟି ନେଇଥିବା ସୂଚନା ମିଳିଛି ।
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ତୁଳସୀପୁର ଛକ ବଜାରରେ ଥିବା ଇଣ୍ଡିକ୍ୟାଶ ଏଟିଏମ୍ କୁ ଦୁର୍ବୃତ୍ତ ତାଡି ନେଇଛନ୍ତି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଆଜି ସକାଳୁ ଖବର ପ୍ରକାଶ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ମାତ୍ର ଏଟିଏମ୍ ରେ କେତେ ଟଙ୍କା ଥିଲା ତାହା ସ୍ପଷ୍ଟ ହୋଇନାହିଁ ।