ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଅପରାଧୀଙ୍କ ଲାଗି ଜେଲ ପାଲଟିଛି ହଲି ଡେ’ ହାଉସ । ସଜା କମ ବରଂ ମଜା କରୁଛନ୍ତି ଅପପରାଧୀ । ଅପରାଧୀଙ୍କ ମଜା ଦେଖି ବିଲକୁଲ ବେଫିକର ରହୁଛନ୍ତି ବିଭାଗୀୟ କର୍ତୃପକ୍ଷ । ଆମେ ଏଥିପାଇଁ ଏ କଥା କହୁଛୁ ଘଟିଥିବା ଏମିତି କିିଛି ଘଟଣା ଏହା ଲେଖାଜୋଖା ପ୍ରମାଣ ଦେଇଛି ।
ଜେଲ ଭିତରୁ ଚମ୍ପଟ ମାରିଛି କଏଦୀ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ଏକଦମ ସତ । ପାଚେରୀ ଡେଇଁ ଚମ୍ପଟ ମାରିଛି କଏଦୀ । ଏଭଳି ଏକ ଘଟଣା ଏବେ କେନ୍ଦ୍ରାପଡାରେ ଚର୍ଚ୍ଚାର ବିଷୟ ହୋଇଛି । ସବ ଜେଲରୁ ଫେରାର ହୋଇଯାଇଛି ଆସାମୀ ରଙ୍ଗାଧର ବିଶ୍ୱାଳ । ନିକିରି ଥାନା ମିର୍ଜାପୁର ଗାଁରେ ଏକ ହତ୍ୟା ମାମଲାରେ ଗିରଫ ହୋଇଥିଲା ରଙ୍ଗା । ତେବେ ରଙ୍ଗା ଫେରାର ହେବା ପରେ ଏବେ କେନ୍ଦ୍ରାପଡା ଏସପି, ଚୌଦ୍ୱାର ସେଁଟ୍ରାଲ ଜେଲ ଉଚ୍ଚ ଅଧିକାରୀ ଘଟଣାର ଖୋଳତାଡ କରୁଛନ୍ତି ।
ଏଠି ପ୍ରଶ୍ନ ରଙ୍ଗା ଫେରାର ହେଲା କିପରି? ସବ ଜେଲର ଉଚ୍ଚ ପାଚେରୀ ଓ ଲାଗିଥିବା ସିସିଟିଭିକୁ ଧୋକ୍କା ଦେବା ସହଜ କେମିତି ହେଲା? ସବୁଠୁ ବଡ଼ କଥା ହେଉଛି ଆସାମୀଙ୍କ ଉପରେ ନଜର ରଖିବା ଲାଗି ରହିଥିବା କର୍ମଚାରୀ କରୁଥିଲେ କ’ଣ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ଏହି ଘଟଣା ପରେ ଜେଲର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ।