ରାଉରକେଲା(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଲୁଟେରା ମାନଙ୍କର ସଂଖ୍ୟା ବଢିବାର ଲାଗିଛି । ତେବେ ଦ୍ୱିତୀୟ ସ୍ମାର୍ଟ ସିଟି ଭାବେ ରାଉରକେଲା ସହରକୁ ରାଜ୍ୟ ସରକାର ବିବେଚିତ କରିବା ପରେ ମଧ୍ୟ ସହରରେ ଦିନ ଦିପହରେ ଲୁଟୁ କରୁଛନ୍ତି ଲୁଟେରା ମାନେ । ଏତେ ପୋଲିସ ଥାଇକି ମଧ୍ୟ କିଭଲି ଭାବେ ଲୁଟେରା ମାନେ ଦିନଦିପହରେ ଲୁଟୁ କରିବାରେ ସକ୍ଷମ ହୋଉଛନ୍ତି ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ।
ସୂଚନା ଅନୁସାରେ ଆଜି ସକାଳେ ଡିଏସ କନଷ୍ଟ୍ରକସନର ଜଣେ କର୍ମଚାରୀ ରଞ୍ଜନ ଧଲ ଉଦିତ ନଗର ସ୍ଥିତ ଏସବିଆଇ ଶାଖାରୁ ୬ଲକ୍ଷ ୫୦ହଜାର ଟଙ୍କା ଉଠାଇ ରାଉକେଲା ମାହାନଗର ନିଗମ ସଫେଇ କର୍ମଚାରୀଙ୍କୁ ଦରମା ଦେବା ପାଇଁ ଆସିଥିଲେ । ରଞ୍ଜନ ମହାନଗର ନିଗମ ସାନ୍ନାରେ ନିଜ ଗାଡିରୁ ଓହ୍ଲାଇ ଡିକିରୁ ଟଙ୍କା କଢିବା ସମୟରେ କଳା ପଲସରରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ ଠାରୁ ଟଙ୍କା ଲୁଟି ନେଇଥିଲେ । ଦୁର୍ବୃତ୍ତ ମାନେ ମୁହଁରେ ରୁମାଲ ବାନ୍ଧି ଥିବାର ରଞ୍ଜନ କହିଛନ୍ତି । ଏହା ପରେ ଲୁଟେରା ମାନେ ସେଠାରୁ ଚମ୍ପଟ ମାରିଥିଲେ । ଏହି ଘଟଣାକୁ ନେଇ ରଞ୍ଜନ ଉଦିତ ନଗର ଥାନାରେ ଅଭିଯୋଗ କରିଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ।