ରାୟଗଡ଼ା,(ଏଟିଆରବ୍ୟୁରୋ): ପ୍ରେମ କରି ଧୋକା ଖାଇବା ପରେ ଏବେ ପ୍ରେମିକା ବସିଛି ଅନଶନରେ । ତାହା ପୁଣି ପ୍ରେମିକ ଘର ସାମ୍ନାରେ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଶେଷଖାଲ ଥାନା ଅଞ୍ଚଳରେ । ଘଟଣାଟି ପୂରା ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସବୁଠୁ ବଡ଼ କଥା ହେଉଛି ପ୍ରେମିକା ଜଣଙ୍କ ନିଜ ଶିକ୍ଷକଙ୍କୁ ହିଁ ପ୍ରେମ କରୁଥିଲେ ।
ରିପୋର୍ଟ ଅନୁସାରେ, ପ୍ରତାରଣାର ଶିକାର ହୋଇଥିବା ଯୁବତୀ ଜଣଙ୍କ ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢ଼ୁଥିଲେ । ସେଠାରେ ଥିବା ଜଣେ ଶିକ୍ଷକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଶିକ୍ଷକ ଜଣଙ୍କ ତାଙ୍କୁ ବିବାହର ସ୍ୱପ୍ନ ମଧ୍ୟ ଦେଖାଇଥିଲେ । ବିବାହର ପ୍ରଲୋଭନରେ ଉଭୟ ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ ପଛାଇ ନଥିଲେ । ହେଲେ କିଛିଦିନ ହେବ ଶିକ୍ଷକ ଆଉ ଧରାଛୁଆଁ ଦେଉନଥିବା ବେଳେ ଯୁବତୀଙ୍କ ଜଣଙ୍କ ଏହାର କାରଣ ଖୋଜିବାକୁ ଚେଷ୍ଟା କରିଥିଲେ । ଶେଷରେ ଶିକ୍ଷକ ଜଣଙ୍କ ଅନ୍ୟତ୍ର ବିବାହ କରିବାକୁ ଯାଉଥିବା ଖବର ପାଇଥିଲେ ଯୁବତୀ । ବାସ ଏହାପରେ ନ୍ୟାୟ ପାଇବା ଆଶାରେ ଏବେ ସେ ଶିକ୍ଷକଙ୍କ ଘର ସାମ୍ନାରେ ଅନଶନରେ ବସିଛନ୍ତି ।