ଆଳି(ଏଟିଆର ବ୍ୟୁରୋ):ସାମାନ୍ୟ ଯୌତୁକ ପାଇଁ ନିଜ ସ୍ତ୍ରୀକୁ ମାରି ଦେଲା ସ୍ୱାମୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳରେ । ସୂଚନା ଅନୁସାରେ ଗତ ୬ ବର୍ଷ ତଳେ ମୂଳସାହି ଗ୍ରାମର ସୁମିତ୍ରା ସାମଲ ଗିରିବନ୍ଧ ଗ୍ରାମର ଧବଳେଶ୍ୱର ସାମଳଙ୍କୁ ପ୍ରେମ ବିବାହ କରିଥିଲେ । ସୁମିତ୍ରା ଧବଳେଶ୍ୱରଙ୍କୁ ପ୍ରେମ ବିବାହ କରି ସୁଖର ସଂସାର ଗଢିବାକୁ ସ୍ୱପ୍ନ ଦେଖିଥିଲେ । ବିବାହ ପରେ ପରିବାରିକ ସଂସାର ଠିକ ଠାକ ଚାଳିଥିଲା । ହେଲେ ହତାଠ୍ ସୁମିତ୍ରଙ୍କ ମୁଣ୍ଡରେ ଯୌତୁକର ଚଡକ ପଡିଲା । ସୁମିତ୍ରଙ୍କୁ ବାପ ଘରୁ ୧ଲକ୍ଷ ୫୦ହଜାର ଟଙ୍କା ଆଣିବାକୁ ବାରମ୍ବାର କୁହା ହୋଉଥିଲା । ତେବେ ସୁମିତ୍ରା ଟଙ୍କା ଅଣିବାକୁ ମନା କରିବାରୁ ତାଙ୍କ ଉପରେ ଆରମ୍ଭ ହୋଇଥିଲା ଶାରିରୀକ ଓ ମାନସିକ ନିର୍ଯାତନା । ସୁମିତ୍ରା ତାଙ୍କ ବାପ ଘର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ । ହେଲେ ବାପା ଘଣ ଲୋକ ତାଙ୍କୁ ବୁଝାଇ ଦେଉଥିଲେ ।
ଧୀରେ ଧୀରେ ସୁମିତ୍ରାଙ୍କ ଉପରେ ଚାପ ବଢାଇଥିଲେ ତାଙ୍କ ସ୍ୱାମି ଓ ତାଙ୍କ ଶାଶୁ । ନିର୍ଯାତନା ସେତେବେଳେ ବଢିଗଳା ଯେତେବେଳେ ସୁମିତ୍ରା ଗର୍ଭବତୀ ଥିବାର ଜାଣିବାକୁ ପାଇଥିଲେ ତାଙ୍କ ଶାଶୁ ଘର ଲୋକ । ଗତ କାଲି ସୁମିତ୍ରଙ୍କ ମୃତୁ ହୋଇଛି ବୋଲି ବାପ ଘର ଲୋକ ଜାଣିବାକୁ ପାଇଥିଲେ । ସୁମିତ୍ରଙ୍କ ପରିବାର ଲୋକ ଆସି ଦେଖିଲା ବେଳକୁ ଚଟାଣରେ ସୁମିତ୍ରାଙ୍କ ମୃତ ଦେହ ପଡିଛି । ପରିବାର ଲୋକେ ସୁମିତ୍ରାଙ୍କୁ ତାଙ୍କ ସ୍ୱାମୀ ଓ ଶାଶୁ ମାରିଦେଇଥିବାର ଅଭିଯୋଗ କରିଥିଲେ । ପୋଲିସ ଏକ ମାମଳା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଧିକ ଜଣିବା ପାଇଁ ସୁମିତ୍ରାଙ୍କ ସ୍ୱାମୀ ଧବଳେଶ୍ୱରଙ୍କୁ ଅଟକ ରଖିଛି ପୋଲିସ । ସୁମିତ୍ରା ମୃତ୍ୟୁ ବେଳକୁ ୭ ମାସ ଗର୍ଭବତୀ ଥିବା ଜଣାପଡ଼ିଛି।