କଳାହାଣ୍ଡି (ଏଟିଆର ବ୍ୟୁରୋ); ଦେହର ଭୋକ ଆଗରେ ହାର ମାନିଲା ସମ୍ପର୍କ । ନିଜର କାମନା ପୂରଣ କରିବା ପାଇଁ ଝୀଆରୀଙ୍କୁ ଦୁଷ୍କର୍ମ କରିଛନ୍ତି ମଉସା । ନାବାଳିକା ଝିଆରୀଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଅଭିଯୁକ୍ତ ମଉସାକୁ ଗିରଫ କରିଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ଯାହାକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା ହେଉଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଲା ଜ୍ୟୋଜିରଞ୍ଜନ ଦାଶ (୪୦) । ପୋଲିସ ତାକୁ କୋର୍ଟ ଚାଲାଣ କରିଥିବା ଶୁଣିବାକୁ ମିଳିଛି । ତେବେ ଏହି ଘଟଣା ମିଥ୍ୟା ବୋଲି ଅଭିଯୁକ୍ତ କହିଛି । ନାବାଳିକା ଏବେ ଶିଶୁ ସୁରକ୍ଷା କମିଟିର ସୁଧାର ଗୃହରେ ରହିଛନ୍ତି ।
ସୂଚନା ଅନୁଯାୟୀ, ନାବାଳିକା ଛାତ୍ରୀ ଜଣକ ଜୟପାଟଣା ଅଞ୍ଚଳରେ ଏକ କଲେଜରେ ପଢ଼ୁଥିଲେ । ଏଣୁ ସେ ତାଙ୍କ ମଉସା ଘରେ ରହୁଥିଲେ । ସେ ଯୁକ୍ତ ଦୁଇର ଛାତ୍ରୀ ବୋଲି ଜଣା ପଡିଛି । ତିନି ମାସ ହବ ମାଉସୀ ଘରେ ରହି ଆସୁଥିଲେ । ତେବେ ମଉସାଙ୍କର ତାଙ୍କ ପ୍ରତି ଦୁର୍ବଳତା ରହିଥିଲା ବୋଲି ଛାତ୍ରୀ କହିଛନ୍ତି । ଏଣୁ ଘରେ ମାଉସୀ ନଥିବାର ସୁଯୋଗ ନେଇ ସେ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ।
ନାବାଳିକାଙ୍କ ଏହି ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏବଂ କୋର୍ଟ ଚାଲାଣ କରିଥିବା ଶୁଣିବାକୁ ମିଳିଛି । ତେବେ ଏହି ଘଟଣାଟି ଗତମାସ ୨୫ ତାରିଖରେ ଘଟିଥିଲା ବୋଲି ସୂଚନା ମିଳିଛି । ପିଡିତା ଥାନରେ ଅଭିଯୋଗ କରିବା ପରେ ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ନାବାଳିକା ଛାତ୍ରୀଙ୍କ ଶିଶୁ ସୁରକ୍ଷା ସୁଧାର ଗୃହରେ ରଖାଯାଇଛି । ତାଙ୍କ ବାପା ମା ଆସିବା ପରେ ତାଙ୍କ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।
ପିଡିତା ଏଭଳି ଅଭିଯୋଗ କରିଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅପରପକ୍ଷରେ ମଉସା ଏହାକୁ ଏକ ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି । ସେ କହିଛନ୍ତି ଝିଆରୀ ମୋ ଝିଅ ଭଳିଆ । ମୁଁ କେବେ ବି ଏଭଳି ପାପ କରିନାହିଁ । ଆଉ ସବୁବେଳେ ତା ମାଉସୀ ଘରେ ରହେ । ଏହା ଏକ ମିଥ୍ୟା ଅଭିଯୋଗ । ତେବେ ପୋଲିସର ତଦନ୍ତ ପରେ ସବୁ ଜଣା ପଡିବ । ତେବେ କେତେକ ଲୋକ ଏହାକୁ ବିଶ୍ୱାସ କରୁନଥିବା ବେଳେ ଆଉ କେତେକ ବିଶ୍ୱାସ କରୁଛନ୍ତି ।