ମାଲକାନାଗିରି,(ଏଟିଆରବ୍ୟୁରୋ): ଘରୁ ଡାକିନେଇ ସରପଞ୍ଚଙ୍କୁ ହତ୍ୟା । ଶୁକ୍ରବାର ରାତିରେ ମାଓବାଦୀମାନେ ଜଣେ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମାଲକାନାଗିରି ସିମାନ୍ତ ଛତିଶଗଡ଼ରେ ଘଟିଛି ଏହି ଘଟଣା । ଯାହାକି କିଛିଦିନ ଶାନ୍ତ ରହିଥିବା ମାଓବାଦୀଙ୍କ ବର୍ବରତାକୁ ପୁଣି ବଖାଣିଛି । ମୃତ ସରପଞ୍ଚ ହେଉଛନ୍ତି ଗୁଦୁରା ଗ୍ରାମ ପଞ୍ଚାୟତର ଲଖମା ରାମ ମଡାମ୍ବି । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ହସପିଟାଲ ପଠାଇଛି ।
ଘଟଣାପରେ ପୂରା ଅଞ୍ଚଳରେ ଏବେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ରିପୋର୍ଟ ଅନୁସାରେ, ରାତିରେ ପାଖାପାଖି ୨୦ରୁ ଅଧିକ ମାଓବାଦୀ ଗାଁ ଭିତରକୁ ପଶିଥିଲେ । ସେମାନେ ସରପଞ୍ଚଙ୍କ ଘରେ ପଶି ତାଙ୍କୁ ବାହାରକୁ ଡାକି ଆଣିଥିଲେ । ବାସ ଏହାପରେ ଗୁଳି କରି ଅତି ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, କିଛିମାସ ତଳେ ଦାନ୍ତେୱାଡାର ପୂର୍ବତନ ବିଧାୟକ ଭିମା ମାଣ୍ଡବିଙ୍କୁ ବି ମାଓବାଦୀମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।