ମାଲକାନଗିରି (ଏଟିଆର ବ୍ୟୁରୋ); କିଛିଦିନର ବିରତିପରେ ପୁଣି ମାତିଲେ ମାଓବାଦୀ । ନିର୍ବାଚନ ତାରିଖ ଘୋଷଣା ହେବା ପରେ ମାଓବାଦୀମାନେ ବର୍ବର କାଣ୍ଡ ଭିଆଇଛନ୍ତି ମାଲକାନଗିରିରେ । ସାଲିନୀ ଥାନା ତେମୁରୁପାଲିଠାରୁ କୁକୁରକୁଣ୍ଡ ଯାଏଁ ହେଉଥିବା ରାସ୍ତା କାମରେ ନିୟୋଜିତ ହୋଇଥିବା ଏକ ଜେସିବି ଏବଂ ହାଇବା ଟିପ୍ପରକୁ ପୋଡି ଦେଇଛନ୍ତି ମାଓବାଦୀ । ତେବେ ଏତିକିରେ ମନ ଶାନ୍ତି ହୋଇନଥିଲା ଯେ ଜଣଙ୍କ ଗଳା କାଟି ହତ୍ୟା କରିବା ସହିତ ୬ ଜଣଙ୍କୁ ନିର୍ଦ୍ଧୁମ ଛେଚିଛନ୍ତି । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାବକ ସେମାବାର ରାତିରେ ୩୦ରୁ ୪୦ ଜଣ ସଶସ୍ତ୍ର ନକ୍ସଲ ଠିକା କାମ ହେଉଥିବା କ୍ୟାମ୍ପରେ ପଶିଥିଲେ । ସେଠାରେ ରହୁଥିବା ୭ଜଣଙ୍କୁ ନିସ୍ତୁକ ମାଡ କାରିବା ପରେ ସୁପରଭାଇଜର ଗୁପ୍ତ ସ୍ୱାଇଁଙ୍କ ବେକ କାଟି ହତ୍ୟା କରିଥିଲେ । କିଛି ସମୟ ଧରି ଏଭଳି ମାଡ ମାରିବା ପରେ କାମ ବନ୍ଦ କରିବା ପାଇଁ ଜେସିବି ଏବଂ ହାଇବାକୁ ନିଆଁ ଲଗାଇ ପୋଡି ଦେଇଥିଲେ । ତେବେ ଗଲାବେଳେ ମାଓବାଦୀମାନେ ଏକ ପୋଷ୍ଟର ଛାଡି ଦେଇଛନ୍ତି । ଯେଉଁଥିରେ ଲେଖାଅଛି କି ଏହି ରାସ୍ତା ଆଦିବାସୀଙ୍କ ଯିବା ଆସିବା ପାଇଁ ନୁହେଁ ବରଂ ପୋଲିସ ପହଁଞ୍ଚି ପାଇଁ ସୁବିଧା ହେବ । ରାସ୍ତା କାମ ଠିକ ହୋଇଗଲେ ନକ୍ସଲଙ୍କ ପାଖରେ ସହଜରେ ପହଁଞ୍ଚି ପାରିବ ଏଣୁ ସେମାନେ ରାସ୍ତା କାମ ବନ୍ଦ କରିବା ପାଇଁ ଏଭଳି କାଣ୍ଡ ଭିଆଇଥିବା ଜଣା ପଡିଛି ।