ଝାରସୁଗୁଡା (ଏଟିଆର ବ୍ୟୁରୋ); କାମ କରିବା ପାଇଁ ଯାଇଥିଲେ ମା । ଘରକୁ ଫେରିବାକୁ ବିଳମ୍ବ ହେବାରୁ ଖୋଜିବା ପାଇଁ ଯାଇଥିଲେ ଝିଅ । ନାବାଳିକାକୁ ଏକାଟିଆ ଦେଖିବା ପରେ ଦୁଇ ଜଣ ଯୁବକ ଟେକି କଲେ ଦୁଷ୍କର୍ମ । ଝାରସୁଗୁଡା ଜିଲ୍ଲା ତାଳ ପଟିଆ ଫାଣ୍ଡି ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜା ଜନକ ଖରବ । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଅଭିଯୁକ୍ତ ଦ୍ୱୟ ହେଲେ ଅନୀଲ ବାଗ ଏବଂ ରାଜାରାମ ବାଗ ।
ମଙ୍ଗଳବାର,ସଂନ୍ଧ୍ୟା ହୋଇଥିଲେ ସୁଦ୍ଧା କାମରୁ ଫେରି ନଥିଲେ ମା । ଘରେ ଏକା ରହୁଥିବା ଛୋଟ ଝିଅଟି ମାକୁ ଖୋଜିବା ପାଇଁ ଅନ୍ଧାର ହୋଇ ଆସୁଥିବା ବେଳେ ବାହାରକୁ ଯାଇଥିଲେ । ନାବାଳିକାଙ୍କୁ ଏକା ପାଇବା ପରେ ରାଜାରାମ ଏବଂ ଅନୀଲ ମନରେ ପାପ ଛୁଇଁଥିଲା । ଉଭୟ ମା ପାଖକୁ ନେଇ ଯିବ କହି ବନ୍ଧ ନିକଟକୁ ନେଇ ଯାଇଥିଲେ । ସେଠାକୁ ନେବା ପରେ ଜଣକ ପରେ ଜଣେ ନାବାଳିକାଙ୍କୁ କରିଥିଲେ ଦୁଷ୍କର୍ମ ।
ନାବାଳିକା ଜଣକ ଚିକ୍ରାର କରୁଥିବା ସ୍ଥାନୀୟ ଲୋକ ଶୁଣିଥିଲେ । ଏହା ପରେ ଲୋକମାନେ ଦୌଡି ଆସିବାରୁ ଛାଡି ପଳାଇଥିଲେ ଦୁଇ ଅଭିଯୁକ୍ତ । ସ୍ଥାନୀୟ ଲୋକ ନାବାଳିକାଙ୍କୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ଫୋନ କରିଥିଲେ । ଚାଇଲ୍ଡ ଲାଇନ କର୍ମଚାରୀ ଆସି ନାବାଳିକାଙ୍କୁ ଉଦ୍ଧାର କରି ଥାନାରେ ଏତଲା ଦେଇଥିଲେ । ଏହି ଅଭିଯୋଗ ଆଧାରରେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ଆଜି ନାବାଳିକାଙ୍କ ଡାକ୍ତରୀ ମାଇନା କରାଯିବ । ତେବେ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।