କେନ୍ଦୁଝର (ଏଟିଆର ବ୍ୟୁରୋ); ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ । ହେଡମାଷ୍ଟରଙ୍କ ହେଟଷ୍ଟୋରୀ ପଦାରେ ପଡିଛି । କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଆଶ୍ରମ ବିଦ୍ୟାଦଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଅଭିଯୁକ୍ତ ଶିକ୍ଷକ ହେଲେ ଅର୍ଜୁନ ମହାନ୍ତ । ପୋଲିସ ତାଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ଶିଶୁ ମଙ୍ଗଳ ଅଧିକାରୀ ମଧ୍ୟ ତଦନ୍ତ ଚଳାଉଥିବା ଜଣା ପଡିଛି ।
ଅଭିଯୋଗ ଅନୁଯାୟୀ, ପାଣି ଦେବା ପାଇଁ ଛାତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡାକିଥିଲେ ପ୍ରଧାନଶିକ୍ଷକ । କେହି ନଥିବାର ସୁଯୋଗ ନେଇ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ ଶିକ୍ଷକ । ଛାତ୍ରୀ ଜଣକ ତାଙ୍କ ପରିବାର ଲୋକଙ୍କୁ ଏହି ସମ୍ପର୍କରେ କହିବା ପରେ ଥାନରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗ ଆଧାରରେ ଅର୍ଜୁନଙ୍କୁ ଗିରଫ କରିଛି ପୋଲିସ ।
କାଞ୍ଜିପାଣି ଆଶ୍ରମରେ ଅଧିକ ଆଦିବାସୀ ଛାତ୍ରୀମାନେ ରହି ପାଠ ପଢ଼ନ୍ତି । ତେବେ ସେମାନଙ୍କ ସରଳତାର ସୁଯୋଗ ନେଇ ପୂର୍ବରୁ ମଧ୍ୟ ଅନେକ ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି ପ୍ରଧାନଶିକ୍ଷକ । ଏନେଇ ତାଙ୍କ ନାମରେ ଅଭିଯୋଗ ମଧ୍ୟ କରାଯାଇଥିଲା । ତେବେ ସେ ଜଣେ ବୟସ୍କ ଲୋକ ହୋଇ ମଧ୍ୟ ଏଭଳି କାର୍ଯ୍ୟକୁ ବେଶ ନିନ୍ଦା କରାଯାଇଛି । ଅପରପକ୍ଷରେ ଗୁରୁ ବାପା ମାଙ୍କ ଠାରୁ ମଧ୍ୟ ବଡ କୁହାଯାଏ । କିନ୍ତୁ ଏଭଳି କାର୍ଯ୍ୟ ଅତିନିନ୍ଦନୀୟ । ଗୁରୁ ଏବଂ ଶିଷ୍ୟର ସମ୍ପର୍କ ଏକ ପବିତ୍ର ସମ୍ପର୍କ । କିନ୍ତୁ ଏବେ ଦିନକୁ ଦିନ କଳଙ୍କିତ ହେବାରେ ଲାଗିଛି ।