ଆଠଗଡ(ଏଟିଆର ବ୍ୟୁରୋ): ବଡମ୍ବା ଥାନା ଅନ୍ତର୍ଗତ ଅଭିମାନପୁର ଗ୍ରାମରେ ଥିବା ଆର ପି ରେସିଡେନସିଆଲ କଲେଜର ହଷ୍ଟେଲରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ସୂର୍ଯ୍ୟକାନ୍ତ ସାମଲଙ୍କ ଅସ୍ୱାଭାବିକ ଭାବେ ମୃତୁ ଘଟିଛି । ଏହାକୁ ନେଇ ସ୍ଥାନୀ ଅଞ୍ଚଳରେ ଚାଞ୍ଚଲ୍ୟ ଖୋଲିଯାଇଛି । ସୂଚନା ଅନୁସାରେ ଗତକଲି ସୂର୍ଯ୍ୟକାନ୍ତଙ୍କ ବାପା ତପନ ସାମଲଙ୍କ ପାଖକୁ ତାଙ୍କ ପୁଅଙ୍କ ଦେହ ଖରାପ ଅଛି ବୋଲି କୁହାଯାଇ ତାଙ୍କୁ ଡକାଯାଇଥିଲା । ହେଲେ ତପନ ଆଜି ସକାଳେ ପହଞ୍ଚିବା ବେଳକୁ ସୂର୍ଯ୍ୟକାନ୍ତ ମୃତ୍ୟବରଣ କରିସାରିଥିଲେ ।
ଏହା ପରେ ସୂର୍ଯ୍ୟକାନ୍ତଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ । ସେପଟେ କଲେଜ କର୍ତ୍ତୃପକ୍ଷ ସୂର୍ଯ୍ୟକାନ୍ତ ପଙ୍ଖାରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବାର କହିଛନ୍ତି । ତେବେ କିଭଳି ଭାବେ ସ୍ଥାନୀୟ ପୋଲିସର ବିନା ଅନୁପସ୍ଥିରେ ହଷ୍ଟେଲ କବାଟ ଭଙ୍ଗା ହେଲା ଏବଂ କାହିଁକି ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା ସେ ବିଷୟରେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ସୂର୍ଯ୍ୟକାନ୍ତଙ୍କୁ ଚିକିସାô କରୁଥିବା ଡାକ୍ତର ମଧ୍ୟ ଏଭଲି ଅସ୍ୱଭାବିକ ମୃତୁ ଉପରେ ସନ୍ଦହ ପ୍ରକାଶ କରିଛନ୍ତି । ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ସୂର୍ଯ୍ୟକାନ୍ତଙ୍କ ଘର ଢେଙ୍କାନାଳ ଜିଲ୍ଲା ବାଲିମି ତାନା ଅନ୍ତର୍ଗତ ଗୋରିଲୋ ଗ୍ରାମରେ ବୋଲି ଜଣା ପଡିଛି ।