ରାୟଗଡା (ଏଟିଆର ବ୍ୟୁରୋ); ସ୍ଥିତି ଜାହିର କଲେ ମାଓବାଦୀ । କୋରାପୁଟ ପରେ ରାୟଗଡାରେ ଦେଖାଇଛନ୍ତି ଦବଦବା । ରାୟଗଡା ଜିଲ୍ଲା ବିଷମ କଟକ ଠାରେ ଲ୍ୟାଣ୍ଡମାଇନ୍ସ ବିଛାଇଥିଲେ ମାଓବାଦୀ । ତେବେ ବିଶେଷ ସୂତ୍ରରୁ ଖବର ପାଇବା ପରେ ସିଆରପିଏଫ ଯବାନ ଏହାକୁ ନିଷ୍କ୍ରିୟ କରିଥିଲେ । ତେବେ ଭଗବାନଙ୍କ ଦୟାରୁ ଏମାନେ ପହଁଞ୍ଚିବା ପୂର୍ବରୁ ଏକ ଲ୍ୟାଣ୍ଡମାଇନ ବିଷ୍ଫୋରଣ ହୋଇ ଯାଇଥିଲା । ଏଥିରେ କାହାର କିଛି କ୍ଷତି ହୋଇ ନାହିଁ । ମାତ୍ର ଏଥିରେ ମାଓବାଦୀଙ୍କ ଏକ ଚିଠି ଲେଖାଥିବା ଜଣା ପଡିଛି ।
ସୂଚନା ଅନୁଯାୟୀ , ରାୟଗଡା ଜିଲ୍ଲା ବିଷମ କଟକ ଠାରେ ମାଓବାଦୀମାନେ ମାନେ ଲ୍ୟାଣ୍ଡ ବିଛାଇ ଥିଲେ । ବହୁତ ବଡ ଯୋଜନା ରଖି ଏମାନେ ବହୁତ ସାରା ଲ୍ୟଣ୍ଡେ ମାଇନ ମାଟି ତଳେ ପୋତିଥିଲେ । ମାତ୍ର କୌଣସି ବିଶେଷ ସୂତ୍ରରୁ ସିଆରପିଏଫ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ଏହି ଲ୍ୟାଣ୍ଡମାଇନ ଗୁଡିକୁ ନିଷ୍କ୍ରିୟ କରିଥିଲା । ଯାହା ଫଳରେ ମାଓବାଦୀଙ୍କ ସବୁ ଯୋଜନା ଭଣ୍ଡୁର ହୋଇ ଯାଇଥିଲା । ତେବେ ସିଆରପିଏଫ ଯବାନମାନେ ପହଁଞ୍ଚିବା ପୂର୍ବରୁ ଏକ ଲ୍ୟାଣ୍ଡମାଇନ ବିଷ୍ଫୋରଣ ହୋଇଥିଲା । ଯାହାଦ୍ୱାରା କାହାର କିଛି କ୍ଷତି ହୋଇ ନାହିଁ । ମାତ୍ର ଏହି ଲ୍ୟାଣ୍ଡ ମାଇନରେ ଏକ ଚିଠି ଖଞ୍ଜା ଯାଇଥିଲା । ଯେଉଁଥିରେ ପୋଲିସକୁ ଚେତେଇବା ପାଇଁ କିଛି ବାର୍ତ୍ତା ଥିଲା ବୋଲି ଅନୁମାନ କରାଯାଇଛି ।
ସେପଟେ ସାଧାରଣ ଲୋକଙ୍କୁ ମାଓ ସଂଗଠନ ସହ ଯୋଡି ହେବା ପାଇଁ ଗାଁ ଗାଁ ବୁଲି ମାଓମେଳି କରୁଥିବା ନଜରକୁ ଆସିଥିଲା । ଏବଂ କୋରାପୁଟରେ ଏକ ବସ ପୋଡି କରିଦେଇଥିଲେ ମାଓବାଦୀ । ଏଭଳି ବିଭିନ୍ନ ଶକ୍ତି ପ୍ରଦର୍ଶନ କରି ମାଓବାଦୀମାନେ ନିଜର ସ୍ଥିତି ଜାହିର କରିଛନ୍ତି । ମାଓବାଦୀଙ୍କ ଏଭଳି ବାରମ୍ବାର ଅଘଟଣ ପରେ ଭୟଭୀତ ହୋଇ ପଡିଛନ୍ତି ସାଧାରଣ ଜନତା ।