ନୟାଗଡ (ଏଡିଆର ବ୍ୟୁରୋ): ଚାରି ଆଡେ ଖାଲି ରକ୍ତ ହିଁ ରକ୍ତ । ରକ୍ତଧାରାରେ ସମ୍ପୂର୍ଣ୍ଣ ଜୁଡୁବୁଡୁ ଶରୀର । ରକ୍ତାକ୍ତ ଅବସ୍ଥାରେ ରାସ୍ତା କଡରେ ପଡିଛି ରକ୍ତ ଜୁଡୁ ବୁଡୁ ମୃତଦେହ । ଏଭଳି ଏକ ଅଭାବନୀୟ ଦୃଶ୍ୟ ନାୟାଗଡ ଜିଲ୍ଲା ନୂଆଗାଁ ଥାନା ସୋରଡାରେ ଦେଖିବାକୁ ମିଳିଛି । ମୃତକ ଜଣଙ୍କ ସୋରଡାର କୃଷ୍ଣଚନ୍ଦ୍ର ରାଉତ ବୋଲି ଜାଣିବାକୁ ମିଳିଛି ।
ଦଶପଲ୍ଲାରେ ଥିବା ଏକ ଖାଇବା ହୋଟେଲରେ କୃଷ୍ଣଚନ୍ଦ୍ର ଜଣେ କୁକ୍ ଭାବେ କାମ କରିନ୍ତି । ସବୁ ଦିନ ସେ ତାଙ୍କ କାମ ସାରି ରାତିରେ ଘରକୁ ଫେରନ୍ତି । ହେଲେ ଗତକାଲି ରାତିରେ କୃଷ୍ଣଚନ୍ଦ୍ର ଆଉ ଘରକୁ ଫେରିନଥିଲେ । ସକାଳୁ ସକାଳୁ ତାଙ୍କ ମୃତ ଦେହ ଘର ନିକଟବର୍ତ୍ତି ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡି ରହିଥିବାର ଦେଖିବାକୁ ମିଳିଥିଲା । ଏହା ସମ୍ପୂର୍ଣ୍ଣ ଭାବେ ହତ୍ୟା ବୋଲି ଅନୁମାନ କରାଯିବା ସହ ତାଙ୍କ ଶରୀରକୁ ଟାଙ୍ଗିଆରେ ହଣା ଯାଇଛି ମାତ୍ର ତାଙ୍କ ସହିତ ଏଭଳି ବିଭତ୍ସକାଣ୍ଡ କିଏ କରିଛି ସେନେଇ ପ୍ରଶ୍ନ ଉଠୁଛି ।
ଅନ୍ୟପଟେ କୃଷ୍ଣଚନ୍ଦ୍ରଙ୍କ ସହିତ ଏଭଳି ବିଭତ୍ସକାଣ୍ଡ କରିବା ପଛରେ ତାଙ୍କ ପଡୋଶୀ ଘରର ହାତ ରହିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପର୍ହଚି ଛାନ୍ ଭିନ୍ ଆରମ୍ଭ କରିଛି ।