ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଭିମସାର ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କୁ ନୋଟିସ୍ । ନୋଟିସ୍ ଜାରିକଲା ଓଡିଶା କାଉସେଲିଂ ଅଫ୍ ମେଡିକାଲ ରେଜିଷ୍ଟ୍ରେସନ ବା ଓସିଏମଆର । ଅଶ୍ୱିନୀଙ୍କ ନାଁରେ ପୂର୍ବରୁ ରୋଗୀଙ୍କୁୁ ଲୁଣ ସମ୍ପର୍କୀତ ଚିକିତ୍ସା ନେଇ ଅଭିଯୋଗ ରହିଥିଲା ।
ଏହି ଘଟଣାର ସତ୍ୟାସତ୍ୟ ଓ ନିରପେକ୍ଷ ତଦନ୍ତ ନେଇ ଏହି ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି । ଆସନ୍ତା ସେପ୍ଟେମ୍ବର ୬ ତାରିଖ ଅପରାହ୍ଣ ୪ଟାରେ ଅଶ୍ୱିନୀଙ୍କୁ କାଉସେଲିଂରେ ହାଜର ହେବାକୁ କୁହାଯାଇଛି । ଆଉ ଯଦି ଅଶ୍ୱିନୀ ହାଜର ନହୁଅନ୍ତି ତେବେ ଏଥିକ୍ସ କମିଟି କାର୍ଯ୍ୟାନୁଷ୍ଠାନ ନେବ ବୋଲି ନୋଟିସରେ ଉଲ୍ଲେଖ ରହିଛି । ସୂଚନାଥାଉକି, ଜଣେ କ୍ୟାନସର ରୋଗୀଙ୍କୁ ଲୁଣ ଦ୍ୱାରା ଚିକୀତ୍ସା କରିଥିଲେ ଅଶ୍ୱିନୀ ।
ଭିମସାର ନିର୍ଦ୍ଦେଶକ ଥିବା ବେଳେ ସେ ଅପରେସନ କରି ଜଣେ ରୋଗୀର ଅନ୍ତଃନଳୀରେ ଲୁଣ ଢ଼ାଳି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଏ ସମ୍ପର୍କିତ ଏକ ଭିଡିଓ ଭାଇରାଲ ହେବା ପରେ ଆରମ୍ଭ ହୋଇଥିଲା ତୀବ୍ର ବିରୋଧ ।