ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଉଦ୍ଧାର ହେଲେ ୧୭ ଓଡିଆ ଯୁବତୀ । ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରୀ ସାମଲକୋଟାରୁ ସେମାନଙ୍କୁ ଉଦ୍ଧାର କରାଯାଇଛି । କୋଣାର୍କ ଏକ୍ସପ୍ରେସରେ ଏମାନଙ୍କୁ ମହାରାଷ୍ଟ୍ର ନିଆଯାଉଥିବା ଶୁଣିବାକୁ ମିଳିଛି । ତେବେ ଆନ୍ଧ୍ର ପୋଲିସ କୌଣସି ବିଶେଷ ସୂତ୍ରରୁ କବର ପାଇବା ପରେ ଯୁବତୀମାନଙ୍କୁ ଉଦ୍ଧାର କରିଛି । ଉଦ୍ଧାର ଯୁବତୀମାନଙ୍କ ମଧ୍ୟରେ ଗଜପତି, ଗଂଜାମ ଓ କେନ୍ଦୁଝରର ବୋଲି ଜଣା ପଡ଼ିଛି । ସେମାନଙ୍କୁ କାମ କରାଇବା ବାହାନାରେ ନିଆଯାଉଥିଲା । ତେବେ ଏହା ପଛରେ ଯୁବତୀ ଚାଲାଣ ର୍ୟାକେଟ୍ର ହାତ ଥିବା ପୋଲିସ୍ ସନ୍ଦେହ କରୁଛି। ସେପଟେ ଯୁବତୀମାନଙ୍କୁ ମହିଳା କମିଶନଙ୍କ ପକ୍ଷରୁ କାଉନସେଲିଂ କରାଯାଉଛି ।
ପୂର୍ବରୁ ଆଦିବାସୀ ଅଞ୍ଚଳରୁ ବହୁ ନିରିହ ଯୁବତୀଙ୍କୁ ଚାକିରୀ ଦେବା ବାହାନାରେ ଚାଲାଣ କରାଯାଇଥିବାର ନଜିର ରହିଛି । ଏଣୁ ଏହି ଯୁବତୀମାନଙ୍କୁ ମଧ୍ୟ ସେହିଭଳି କେହି ଧନ୍ଦାରେ ଲଗାଇବା ପାଇଁ ଚାଲାଣ କରୁଥିବା ଚର୍ଚ୍ଚା ହେଉଛି । ତେବେ ଏମାନଙ୍କୁ କିଏ,କାହିଁକି ଏବଂ କେଉଁ ଜାଗାକୁ ନେଉଥିଲା ଜାଣିବା ପାଇଁ ପଚରା ଉଚରା କରାଯାଉଛି । ତେବେ ଏମାନେ ଦାନଦ ଖଟିବାକୁ ଯାଉଥିବା ପ୍ରଥମେ ପୋଲିସକୁ କହିଥିଲେ ।