ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦିନକୁ ଦିନ ରାଜ୍ୟରେ ନାବାଳିକାଙ୍କ ଉପରେ ବଢ଼ି ଚାଲିଛି ଅତ୍ୟାଚାର । ସେ ଦୁଷ୍କର୍ମ ହେଉବା ମାଡ । ମାନସିକ ଏବଂ ଶାରିରୀକ ନିର୍ଯ୍ୟାତନା ଭୋଗୁଛନ୍ତି ନାବାଳିକାମାନେ । ତେବେ ଏବେ ପୁଣି ଏକ ଘଟଣା ନଜରକୁ ଆସିଛି ଯାହାକି ଅତି ନିନ୍ଦନୀୟ ଘଟଣା । ଟଙ୍କା ବିନିମୟରେ ଜଣେ ଓଡିଆ ନାବାଳିକାଙ୍କୁ ଦୁଇ ଜଣ ଓଡିଆ ଯୁବକ ଏବଂ ଯୁବତୀ ରାଜସ୍ଥାନର ଜଣେ ଯୁବକଙ୍କୁ ବିକ୍ରି କରି ଦେଇଥିଲେ । ତେବେ ନାବାଳିକା ଜଣକ ଉଦ୍ଧାର ହେବା ପରେ ଏହି ଘଟଣା ପଦାକୁ ଆସିଥିଲା । ପୂର୍ବରୁ ନାବାଳିକା ଉଦ୍ଧାର ହେବା ଖବର ପ୍ରସାରଣ କରାଯାଇଥିଲା । ତେବେ ନାବାଳିକାଙ୍କ ପଇସା ଦେଇ କିଣିଥିବା ଯୁକକଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ସୁଖବୀର ସିଂହ । ତାଙ୍କ ଘର ରାଜସ୍ଥାନରେ ।
ପୋଲିସ ସୂଚନା ଅନୁଯାୟୀ, ନାବାଳିକା ଜଣକ ଚାକିରି ଖୋଜିବା ପାଇଁ ସମ୍ବଲପୁରରୁ ଭୁବନେଶ୍ୱର ଆସିଥିଲେ । ଭୁବନେଶ୍ୱର ରେଳ ଷ୍ଟେସନ ପାଖରେ ଦୁଇ ଜଣ ଯୁବକ ଯୁବତୀଙ୍କ ଭେଟ ହୋଇଥିଲା । ସେମାନଙ୍କ ସହ କଥା ହେବା ପରେ ସେମାନେ ଚାକିରୀ ଦେବା ପାଇଁ କହିଥିଲେ । ଅଜଣା ହୋଇଥିଲେ ମଧ୍ୟ ସେମାନଙ୍କ କଥାରେ ବିଶ୍ୱାସ କରି ଯାଇଥିଲେ ନାବାଳିକା । ତେବେ ଯୁବକ ଏବଂ ଯୁବତୀ ଦ୍ୱୟ ବିକ୍ରି କରିବା ହିସାବରେ ନାବାଳିକାକୁ ନେଇ ଆସିଥିଲେ । ଏବଂ ତାକୁ ରାଜସ୍ଥାନରେ ଚାକିରୀ ଦେବା ପାଇଁ କହିଥିଲେ ।
ରାଜସ୍ଥାନର ସୁଖବୀର ନାମକ ବ୍ୟକ୍ତି ପାଖରେ ଚାକିରୀ ଅଛି କହି ସେମାନେ ନାବାଳିକାଙ୍କୁ ନେଇ ସେଠାରେ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିଲେ । ଦୀର୍ଘ ଦିନ ହେବ ଘରକୁ ପେଣିନଥିବା ଏବଂ ଖବର ଅନ୍ତର ନଥିବାରୁ ନାବାଳିକାଙ୍କ ପରିବାର ସମ୍ପଲପୁର ଟାଉନ ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ସେପଟେ ପଇସା ବିନିମୟରେ କିଣିଥିବା ସୁଖବୀର ନାବାଳିକଙ୍କ ସହ ବଳ ପୂର୍ବକ ବିବାହ କରି ଶାରିରୀକ ସମ୍ପର୍କ ରଖୁଥିଲା । ନାବାଳିକା ଜଣକ କୌଶଳ କ୍ରମେ ସେଠାରୁ ଖସି ଆସିବା ପରେ ସବୁ କଥା ଜଣା ପଡିଥିଲା । ତେବେ ଏହି ଘଟଣାରେ ଜଡିତ ଥିବା ମୁଖ୍ୟ ଅଭିଯୁକ୍ତ ଯୁବକ ଯୁବତୀଙ୍କୁ ଖୋଜୁଛି ପୋଲିସ ।