ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପ୍ରଥମେ ଝିଅକୁ ଅଟକାଇ ପ୍ରେମ ନିବେଦନ । ପରେ ଜବରଦସ୍ତ ନମ୍ବର ଦେଇ ଏକାକି କଥା ହେବାକୁ ଧମକ । ଏଥିରେ ରାଜି ନହେବାରୁ ଜଣେ ଝିଅର ବାପାକୁ ହତ୍ୟା । ଏଭଳି ସଂଗିନ ଅଭିଯୋଗ ଆସିଛି ସାଲେପୁର ନିଶ୍ଚିନ୍ତକୋଇଲୀ ଅଁଚଳରୁ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ସବୁ ସ୍ତରରୁ ଦାବି ହୋଇଛି ।
ମିଳିଥିବା ରିପୋର୍ଟ ଅନୁସାରେ, ସାଲେପୁରର ନିଶ୍ଚିନ୍ତକୋଇଲିର ଜଣେ ଯୁବତୀଙ୍କୁ ସ୍ଥାନୀୟ ଅଁଚଳର କୁନା ମହାନ୍ତି ଏକ ତରଫା ପ୍ରେମ କରୁଥିଲେ । ବାଟରେ ଘାଟରେ ଅଟକାଇ ହଇରାଣହରକତ କରୁଥିଲେ । ତେଣୁ ଯୁବତୀ ଜଣକ ପୂରା ଘଟଣା ସମ୍ପର୍କରେ ତାଙ୍କ ବାପାଙ୍କୁ ଜଣାଇଥିଲେ । ଏ କଥା ଶୁଣିବା ପରେ ଯୁବତୀଙ୍କ ବାପା କୁନା ମହାନ୍ତିଙ୍କୁ ତାଗିଦ କରିବାକୁ ଯାଇଥିବା ବେଳେ କୁନା ମହାନ୍ତି ତାଙ୍କୁ ଧକ୍କ୍ ମାରିଥିବା ଯୁବତୀ ଜଣକ ଗଣମାଧ୍ୟମକୁ ଜଣାଇଛନ୍ତି ।
ଏତିକି ନୁହେଁ କଥାରେ ରାଜି ନହେଲେ ଉଠାଇ ନେବେ ବୋଲି ତାଙ୍କୁ ଧମକ ଦେଇଥିବା କୁନା ମହାନ୍ତି ତାଙ୍କ ବାପାଙ୍କୁ ଶେଷରେ ହତ୍ୟା କରିଥିବା ସିଧାସଳଖ ଅଭିଯୋଗ କରିଛନ୍ତି ଯୁବତୀ । ପୁଲିସ ଘଟଣାର ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଘଟଣାକୁ ନେଇ ସ୍ଥାନୀୟ ଅଁଚଳରେ ଚାପା ଉତେନଜା ଲାଗି ରହିଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନିଆଗଲେ ଆଗକୁ ପରିସ୍ଥିତି ଭୟାବହ ହେବ ବୋଲି ଲୋକେ ଚେତବାନୀ ଦେଇଛନ୍ତି ।