ବ୍ରହ୍ମପୁର (ଏଟିଆର ବ୍ୟୁରୋ): ଦିନକୁ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ ବଢିବାରେ ଲାଗିଛି । ନିଆରା ଉପାୟ ଅବଲମ୍ବନ କରି ସାଧାରଣ ଜନତାଙ୍କଠାରୁ ଖୁଲମଖୁଲା ଲୁଟୁଛନ୍ତି ଦୁର୍ବୃତ୍ତ । ନା କାହାକୁ ଡର ଅଛି ନା ଭୟ । ଏଭଳି ଏକ ଅଭିଯୋଗ ହୋଇଛି ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଅଞ୍ଚଳରେ ।
ଏକ ନିଆର ଉପାୟରେ ବ୍ରହ୍ମପୁର ସୀତାଦେବୀ ଖାଡଙ୍ଗା ଛାତ୍ରୀନିବାସ ସାମ୍ନାରେ ଜଣେ ମହିଳାଙ୍କଠାରୁ ୧୫ ଭରି ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସକାଳୁ ସକାଳୁ ମର୍ଣ୍ଣିୱାକରେ ଯାଇଥିବା ଜଣେ ମହିଳାଙ୍କୁ ରାସ୍ତାରେ ଅଟକାଇ କିଛି ଦୁର୍ବୃତ୍ତ ପୋଲିସର ପରିଚୟ ଦେଇ ବନ୍ଧୁକ ଦେଖାଇ ତାଙ୍କଠାରୁ ସମସ୍ତ ସୁନା ଗହଣା ଲୁଟି ନେଇଛନ୍ତି । ଏନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ ଆଣିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।