ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସମୟ ପରେ ସମୟ ଗଡି ଚାଲିଛି । ତଦନ୍ତ ଜାରି ରହିଛି ବୋଲି ପୁଲିସ କହୁଛି । ହେଲେ ଅଭିଯୁକ୍ତ ଏଯାବତ ଧରାହେଲା ନାହିଁ । ତେଣୁ ଆଶା ମଉଳି ଯାଉଛି । ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ଦାବି କରି ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକ । ଆମେ କହୁଛୁ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ଘଟଣା ସମ୍ପର୍କରେ । ଯାହାର ତଦନ୍ତ ଦାୟିତ୍ୱ ଯଦିଓ ଏବେ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି କିନ୍ତୁ ଅଭିଯୁକ୍ତ ଧରାପଡିନଥିବାରୁ ପରିବାର ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ସେପଟେ ଘଟଣାରେ ଅଳ୍ପକେ ବର୍ତିଯାଇଥିବା ମୃତ ଶେଖରଙ୍କ ପତ୍ନୀ ରୀମା ପ୍ରଥମ ଥର ଲାଗି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ତାଙ୍କୁ ନ୍ୟାୟ ଦରକାର ବୋଲି ଦାବି କରିବା ସହ ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯାଉ ବୋଲି ସେ ପୁଲିସକୁ ଅନୁରୋଧ କରିଛନ୍ତି । କେବଳ ଏତିକି ନୁହେଁ ସବୁ ଦିଗକୁ ନେଇ ତଦନ୍ତ ହେଉ ବୋଲି ରୀମା ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ଘଟଣାର ୨୫ଦିନ ପରେ ରୀମା ଜାଣିବାକୁ ପାଇଥିଲେ ଯେ, ଶେଖର ଆଉ ଏ ଦୁନିଆରେ ନାହାନ୍ତି । ମେଡିକାଲ ବେଡ ନିକଟରେ ଥିବା ଏକ ପେପର ପଢ଼ି ପୂରା ଘଟଣା ଜାଣିବା ପରେ ବିଲକୁଲ ଭାଙ୍ଗି ପଡିଛନ୍ତି ରୀମା । ଏପଟେ ପରିବାର ଲୋକ ନ୍ୟାୟ ପାଇବା ଅଶାରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଁଚିଥିବା ବେଳେ ଏବେ ଅପେକ୍ଷା ଏହି ଘଟଣାର ପର୍ଦ୍ଦାଫାସ କେତେ ଶୀଘ୍ର ହେଉଛି ।