ପାଟଣାଗଡ ( ଏଟିଆର ବ୍ୟୁରୋ) : ନିମ୍ନମାନର କାମ ନେଇ ପାଟଣାଗଡ ବିଧାୟକଙ୍କ ଦବଙ୍ଗଗିରି ଏବେ ମହଙ୍ଗା ପଡିଛି । ବିଧାୟକଙ୍କ ନାମରେ ଏତଲା ଦେଲେ ସଂମ୍ପୃକ୍ତ ଜେଇଙ୍କ ପତ୍ନୀ । ରାସ୍ତା କାମ ଚାଲିଥିବା ବେଳେ କାମ ନିମ୍ନମାନର ହୋଇଥିବାରୁ ପାଟଣା ଗଡର ବିଧାୟକ ସରୋ ମେହେର ଜେଇଙ୍କୁ ସର୍ବସମ୍ମୁଖରେ ପ୍ରଶ୍ନ କରିଥିଲେ । ଏମିତିକି ତାଙ୍କୁ ସାଧଧାରଣ ଲୋକଙ୍କ ସାମ୍ନାରେ ଉଠବସ କରାଇଥିଲେ । ୫ ମିନିଟରେ ୧୦୦ ଥର ବସ ଉଠ ହେବାକୁ ନିର୍ଦେଶ ଦେଇଥିଲେ । ଯାହାର ଏକ ଭିଡିଓ ଶୋସାଲ ମିଡିଆରେ ଭାଇରାଲ ହୋଇଥିଲା ।
ଯାହକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ଘଟଣାକୁ ନେଇ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କ ପତ୍ନୀ ପ୍ରବୀଣା ରାଜହଂସ ପାଟଣାଗଡ ଥାନାରେ ବିଧାୟକଙ୍କ ନାମରେ ଏତଲା ଦେଇଛନ୍ତି । ସେ ଏତଲାରେ ତାଙ୍କ ସ୍ୱାମୀଙ୍କୁ ନିର୍ଯାତନା ସହିତ ଜାତିଆଣ ଆକ୍ଷେପ କରାଯାଇଥିବା ଦର୍ଶାଇଛନ୍ତି । ସମ୍ପୃକ୍ତ ବିଧାୟକଙ୍କୁ ଗିରଫ କରିବା ପାଇଁ ସେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ ବେଲପାହାଡ ଖପ୍ରାଖୋଲ ରାସ୍ତାରେ ଦୁର୍ନତି ହୋଇଥିବା ନେଇ ନିଜେ ବିଧାୟକ କାର୍ଯ୍ୟର ତନଖି କରିଥିଲେ । ରାସ୍ତା ଖୋଳି ନିମ୍ନମାନର କାମ ହୋଇଥିବା ନିଜେ ପରଖି ଥିଲେ । ଏହି ପ୍ରସଙ୍ଗକୁ ନେଇ ବିଧାୟକ ପିଡବ୍ଲୁଡି ଜେଇ ଜୟକାନ୍ତ ଶବରଙ୍କୁ ଲୋକଙ୍କ ସାମ୍ନାରେ ଲୋକଙ୍କ ସମ୍ମୁଖରେ ପ୍ରଶ୍ନ କରିଥିଲେ । କାମ ଠିକ କରିବାକୁ ନିର୍ଦେଶ ଦେବା ସହିତ ୧୦୦ ଥର ବସଉଠ ହେବାକୁ କହିଥିଲେ ।