ଭୁବନେଶ୍ୱର,(ଏଟିଆର ବ୍ୟୁରୋ):ପୁଣି ବଦନାମ ଖାକି । ଏମିତି ସେମିତି ନୁହେଁ ଖାକିରେ ଲାଗିଛି କଳଙ୍କର ଦାଗ । ଜଣେ ଏଏସଆଇ ଏକ ନାବାଳିକାଙ୍କୁ ଅସଦାଚରଣ କରିଛନ୍ତି । ଫଳସ୍ୱରୂପ ଏବେ ବନ୍ଧା ହୋଇ ପୁଲିସ ବାବୁ ଜେଲ ଯାଇଛନ୍ତି । ଘଟଣାଟି ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏମିତି ଏକ ଘଟଣା ଘଟିଛି ସାଲେପୁରର ଚନ୍ଦ୍ରାଦେଇପୁର ଏରିଆରେ । ସମ୍ପୃକ୍ତ ଏଏସଆଇ ଜଣଙ୍କ ହେଉଛନ୍ତି କୃଷ୍ଣଚନ୍ଦ୍ର ଜେନା ।
ରିପୋର୍ଟ ଅନୁସାରେ, ପୂର୍ବରୁ ବାଦାମବାଡିରେ ପୋଷ୍ଟିଂ ଥିଲେ କୃଷ୍ଣଚନ୍ଦ୍ର । ନିଜ ସାଲେପୁରର ଚନ୍ଦ୍ରଦେଇପୁର । ତେବେ କୃଷ୍ଣଚନ୍ଦ୍ର ନିଜ ଘରେ ଏକ ପରିବାରକକୁ ଭଡା ଦେଇଥିଲେ । ଯାହାର ଫାଇଦା ସେ ଉଠାଇଛନ୍ତି । ଘରେ କେହି ନଥିବା ବେଳେ ଏଏସଆଇ କୃଷ୍ଣଚନ୍ଦ୍ର ଭଡ଼ାରେ ରହୁଥିବା ନାବାଳିକାକକୁ ଏକୁଟିଆ ପାଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ଗୁରୁତର ସହ ନେଇ ପୁଲିସ ସମ୍ପୃକ୍ତ ଏଏସଆଇକୁ ଗିରଫ କରିଛି । ଏହି ଘଟଣାର ପୁଣି ଥରେ ପୁଲିସ ବିଭାଗକୁ ବଦନାମ କରିଛି । ସିଧା କହିବାକୁ ଗଲେ ଏଏସଆଇ କୃଷ୍ଣଚନ୍ଦ୍ର ରକ୍ଷକ ନୁହେଁ ଭକ୍ଷକ ସାଜିଛି । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଁଚଳରେ ତୀବ୍ର ଉତେଜନା ଦେଖାଦେଇଥିବା ଜଣାପଡିଛି ।
Aruna panda
କିଛିଟା ବଦନାମ ପୋଲିସ ଅଫିସର ଯୋଗୁଁ ପୁରା ପୋଲିସ ପ୍ରଶାସନ ବଦନାମ ଓ ଅପମାନିତ ହେଉଛନ୍ତି। ଏହିପରି ଦୁର୍ନିତି ଗ୍ରସ୍ତ ଅଫିସର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ।