ଗଞ୍ଜାମ(ଏଟିଆର ବ୍ୟୁରୋ):ଅପରେସନ ଅପରାଧି କ୍ଲିନ । ଏହି ମୁଡରେ ବର୍ତ୍ତମାନ ଗଞ୍ଜାମ ପୋଲିସ । ଆଉ ଗୋଟିଏ ପରେ ଗୋଟିଏ ଏନକାଉଣ୍ଟର କରି ଚାଲିଛି ଗଞ୍ଜାମ ପୋଲିସ । ଜାଣିଲେ ଆର୍ଶ୍ଚଯ୍ୟ ହେବେ ୨୪ ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ଏନକାଉଣ୍ଟର କରି ସାରିଲାଣି ଗଞ୍ଜାମ ପୋଲିସ । ଆଉ ଏଥିରେ ଧରାପଡି ସାରିଲେଣି ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧି । ଏହି ଏନକାଉଣ୍ଟରକୁ ମିଶାଇ ସର୍ବମୋଟ ୭୧ଟି ଏନକାଉଣ୍ଟର କରିସାରିଲାଣି ଗଞ୍ଜାମ ପୋଲିସ । ଆଗକୁ ପୂଜା ସମୟ ଆସୁଥିବାରୁ ଅପରାଧି ମାନେ ସକ୍ରିୟ ହେଉଛନ୍ତି । ସେମାନଙ୍କୁ କାବୁ କରିବାକୁ ଯାଇ ଏହି ପରି ଏନକାଉଣ୍ଟର ହୋଇଛି । ସୂଚନା ଅନୁସାରେ ଗତକଲି ଦୁର୍ଦ୍ଦାନ୍ତ ଅପରାଧି ସୁଶାନ୍ତ ବେହେରା ଆଉ ତାର ସହୋଯୋଗି ପ୍ରମୋଦ ବାରିକ କୁ ଏନକାଉଣ୍ଟର କରିଛି ଗଞ୍ଜାମ ପୋଲିସ । ବହୁ ଦିନ ଧରି ଗଞ୍ଜାମ ପୋଲିସର ହିଟ୍ ଲିଷ୍ଟିରେ ଥିଲା ପ୍ରମୋଦ ।
ଗଞ୍ଜାମ ବ୍ଲକର ପାଲୁର କୃଷ୍ଣପ୍ରସାଦ ରୋଡରେ ପ୍ରମୋଦ ଥିବାର ସୂଚନା ପାଇଥିଲା ପୋଲିସ । ଭୋର ୪ଟା ବେଳେ ଏକ ମାମଲାରେ ପ୍ରମୋଦକୁ ଗିରଫ କରିବା ଲାଗି ପୋଲିସ ଚେଷ୍ଟା କରିଥିଲା । ହେଲେ ପ୍ରମୋଦ ପୋଲିସଙ୍କ ଉପରେ ଗୁଳି ମାଡ କରି ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲା । ଏହାର ପାଲଟା ଜବାବରେ ପୋଲିସ ମଧ୍ୟ ଗୁଳି ମାଡ କରିଥିଲା । ବେଶ କିଛି ସମୟ ପର୍ଯ୍ୟନ୍ତ ପ୍ରମୋଦ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହେବା ପରେ ପୋଲିସ ଗୁଳିରେ ଆହାତ ହୋଇଥିଲା ପ୍ରମୋଦ । ଏହା ପରେ ଗୁରୁତ ଅବସ୍ଥାରେ ପ୍ରମୋଦକୁ ପ୍ରଥମେ ଛତ୍ରପୁର ମେଡିକାଲ ଓ ପରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ପ୍ରମୋଦଙ୍କ ପାଖରୁ ଗୋଟିଏ ମାଉଜର, ଅଫୁଟା ଗୁଳି ଓ ଗୋଟିଏ ବାଇକ ଜବତ କରିଛି ପୋଲିସ । ପ୍ରମୋଦ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।