ପୁରୀ (ଏଟିଆର ବ୍ୟୁରୋ); ନୀଳାଚଳ ଧାମରେ ଦବଦବା ଦେଖାଇଲେ ଅବକାରୀ ବିଭାଗ ଇନ୍ସିପେକ୍ଟର ବିକାଶ କୁମାର ନାୟକ । ପୁରୀ ଅବକାରୀ ବିଭାଗରେ ନିଯୁକ୍ତି ହେବାର ତିନିମାସ ହୋଇ ନାହିଁ ଲୋକଙ୍କ ଆଶା ଏବଂ ବିଶ୍ୱାସ ଜିତି ପାରିଛନ୍ତି । ରାଜଧାନୀରେ ଅବକାରୀ ବିଭାଗରେ ଥିବା ବେଳେ ବଡ ବଡ ମାଦକ ଦ୍ରବ୍ୟ ଚୋରାକାରବାର କରୁଥିବା ବେପାରୀଙ୍କ ଭୟ ରହୁଥିଲା । ତେବେ ପୁରୀରେ ନିଯୁକ୍ତି ହେବା ପରେ ମଧ୍ୟ ସମାନ ଢ଼ଙ୍ଗରେ ଚଢ଼ାଉ ଆରମ୍ଭ କରିଦେଇଛନ୍ତି ଏହି ଅଫିସର ବାବୁ । ଶୁକ୍ରବାର ଅଚାନକ ଚୋରା କାରକାରବାର ଚାଲିଥିବା ଅଫିମ ବେପାରୀଙ୍କ ଘର ଉପରେ ଚଢ଼ାଉ କରି ପାଖାପାଖି ୧୦ ଲକ୍ଷ ଟଙ୍କାର ଅଫିମ ଜବତ କରିବା ସହିତ ବେପାରୀଙ୍କୁ ଗିରଫ କରିବାରେ ରେ ସଫଳ ହୋଇଛନ୍ତି ବିକାଶ । ତେବେ ତାଙ୍କର ଏହି ବଡ ସଫଳତାପରେ ଶୁଭେଛାର ସୁଅ ଛୁଟିବାରେ ଲାଗିଛି ।
ମିଳିଥିବା ସୂଚନା ମୁତାବକ ପୁରୀ ସଦର ଥାନା ଅନ୍ତର୍ଗତ କୋଇଲାଅଡା ଛକ ନିକଟରେ ସୁଶାନ୍ତ କୁମାର ସାହୁ ନାମକ ଜଣେ ବ୍ୟକ୍ତି ନିଜ ଘରେ ବେଆଇନ ଭାବରେ ଅଫିମ ବେପାର କରି ଆସୁଥିଲେ । ତେବେ ବିଶେଷ ସୂତ୍ରରୁ ଖବର ପାଇବା ପରେ ଶୁକ୍ରବାର ରାତିରେ ପୁରୀ ସଦର ଅବକାରୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବିକାଶଙ୍କ ନେତୃତ୍ୱରେ ସୁଷାନ୍ତଙ୍କ ଘର ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପାଖାପାଖି ୧କେଜି ୪ଗ୍ରାମର ଅଫିମ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ୍ୟ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ବେପାରୀ ସୁଶାନ୍ତଙ୍କୁ ମଧ୍ୟ ଗିରଫ କରିଛି ଅବକାରୀ ବିଭାଗ ।