ରାଉରକେଲା (ଏଟିଆର ବ୍ୟୁରୋ); ଇଂଲଣ୍ଡରେ ଚାଲିଛି କ୍ରିକେଟ ମହାକୁମ୍ଭ ବିଶ୍ୱକପ । ବିଶ୍ୱରେ ଦିନକୁ ଦିନ କ୍ରିକେଟର ଚାହିଦା ବଢ଼ୁଥିବା ବେଳେ ଖେଳକୁ ନେଇ କ୍ରିକେଟ ପ୍ରେମୀମାନେ ମଧ୍ୟ ବେଟିଂ ଲଗାଉଥିବା ନଜରକୁ ଆସିଛି । ତେବେ ଗତକାଲି ଷ୍ଟିଲ ସିଟି ରାଉରକେଲାରେ ଏକ ବେଟିଂ ଗ୍ୟାଙ୍ଗକୁ ଧରିଛି । ଚଢ଼ାଉ କରି ସେମାନଙ୍କ ନିକଟରୁ ୩୧ ଲକ୍ଷ ଟଙ୍କା,୧୭ଟି ମୋବାଇଲ ମଧ୍ୟ ଜବତ କରିଛି । ପୋଲିସର ଏହି ବଡ ସଫଳତାକୁ ବେଶ ପ୍ରଂଶସା କରିଛନ୍ତି ଜନସାଧାରଣ ।
ମିଳିଥିବା ସୂଚନା ଅନୁଯାୟୀ,ବହୁଦିନ ହେବ ରାଉରକେଲାରେ ଚାଲିଥିଲା କ୍ରିକେଟକୁ ନେଇ ବେଟିଂ । ସେ ଆଇପିଏଲ ହେଉ ବା ବିଗବାସ ଲିଗ୍ । ନିଜ ପ୍ରିୟ ଦଳ ପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଲାଗୁଥିଲା ବେଟିଂ । ତେବେ ଗତକାଲି ପ୍ଳାଣ୍ଟ ସାଇଟ ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ଅତର୍କିତ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ନାଗରମଲ୍ଲ ଅଗ୍ରୱାଲ ଏବଂ ସୁନୀଲ ଅଗ୍ରୱାଲ । ଏସପି ସାର୍ଥକ ଷଢ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ ହୋଇଥିଲା ।