ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ନିତ୍ୟପ୍ରମୋଦ ଆପାର୍ଟମେଁଟରେ ଘଟିଥିବା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ବି ଜାରି ରହିଛି ସସପେନ୍ସ । ବାସ୍ତବରେ ହୋଇଥିଲା କ’ଣ? କେମିତି ଘଟିଲା ଏହି ଅଘଟଣ? ଶଶାଙ୍କ ଯେଉଁ ବୟାନ ରଖୁଛନ୍ତି ତାହା କେତେଦୂର ସତ? ଏମିତି ଏକାଧିକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ପ୍ରକୃତ କାରଣ ଖୋଜିବା ଲାଗି ପୁଲିସ ଆଉ ପାଦେ ଆଗେଇଛି । ସିଧାସଳଖ ଶଶାଙ୍କଙ୍କ ପଲିଗ୍ରାଫ ଟେଷ୍ଟ କରାଇଛି ।
ଶଶାଙ୍କକୁ ଶନିବାର ପୁଲିସ ରସୁଲଗଡ଼ ସ୍ଥିତ ଷ୍ଟେଟ ଫରେନସିକ୍ ଲାବରେଟୋରୀକୁ ନେଇଥିଲା । ସେଠାରେ ସତ ଜାଣିବାକୁ ପୁଲିସ ତାଙ୍କୁ ଗୁଡାଇତୁଡାଇ ମହିଳାଙ୍କ ସମ୍ବନ୍ଧୀୟ ଅନେକ ପ୍ରଶ୍ନ ପଚାରିଥିଲା । ତେବେ ଯଦିଓ କେତେକ ପ୍ରଶ୍ନର ଉତର ଶଶାଙ୍କ ରଖିଥିଲେ କିନ୍ତୁ ବହୁ ପ୍ରଶ୍ନରେ ସେ ଝାଳନାଳ ହୋଇଥିବା ସୂଚନା ମିଳିଛି । ସେପଟେ ପୁଲିସ ଶଶାଙ୍କର ମୋବାଇଲ ଡିଟେଲ୍ସକୁ ମଧ୍ୟ ଯାଁଚ କରିଥିବା ଜଣାପଡିଛି । ଶଶାଙ୍କର ଆବଭାବ ଓ ପାରିପାଶ୍ୱର୍କ ସ୍ଥିତି ଏବଂ ମହିଳାଙ୍କ ପରିବାର ଲୋକଙ୍କୁ ପଚରାଉଚରା ବେଳେ କିନ୍ତୁ ଗୋଟିଏ କଥା ପୁଲିସ ସ୍ପଷ୍ଟ ହୋଇଛି ଯେ, ମହିଳା ଜଣଙ୍କ ଆତ୍ମହତ୍ୟା କରିନାହାନ୍ତି । ବରଂ ବିଳମ୍ବିତ ରାତିରେ ଏମିତି କିଛି ଘଟଣା ଘଟିଛି ଯେଉଁଥିରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୁଖ୍ୟତଃ ୩ଟି ଦିଗକୁ ନେଇ ପୁଲିସ ତନାଘନା ଚଳାଇଛି ।
ବିଳମ୍ବିତ ରାତିରେ ମହିଳା ଜଣକ ଶୋଇବା ବଦଳରେ ବାଲକୋନୀ କାହିଁକି ଯାଇଥିଲେ? ଉଭୟଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ଯୁକ୍ତିତର୍କ ହୋଇଥିଲା କି? ରାଗରେ ମହିଳାଙ୍କୁ ଉପରୁ ଠେଲି ଦିଆଯାଇନି ତ? ସେପଟେ ଶଶାଙ୍କର ଏକ ବୟାନ ପୁଲିସକୁ ଅଡୁଆରେ ପକାଇଛି । ସେ କେତେ ସତ କହୁଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ? ଶଶାଙ୍କ କହିବା ଅନୁଯାୟୀ, ଉକ୍ତ ଘଟଣା ବେଳେ ସେ ଶୋଇଥିଲେ । ଶବ୍ଦ ଶୁଣି ମହିଳା ଜଣଙ୍କ ବାଲକୋନୀରୁ ଖସି ପଡିଥିବା ସେ ଦେଖିବାକୁ ପାଇଥିଲେ । ତେଣୁ ଏହି ସମ୍ପର୍କରେ ଶଶାଙ୍କ କେତେ ସତ କହୁଛନ୍ତି ସେନେଇ ତାଙ୍କ ପଲିଗ୍ରାଫ ଟେଷ୍ଟ ହୋଇଥିବା ପୁଲିସ କହିଛି । ପୁଲିସ ଏହା ମଧ୍ୟ ଜଣାଇଛି ଯେ, ମୃତ ମହିଳାଙ୍କ ସ୍ୱାମୀ ପର୍ମାଣିକ ଗତ ୬ମାସ ହେଲା ହାଇଦ୍ରାବାଦର ଏକ ଇଭେଁଟ ମାନେଜମେଂଟ ସଂସ୍ଥାରେ କାମ କରନ୍ତି ।
ଜାନୁଆରୀ ମାସରେ ଚନ୍ଦ୍ରଶେଖରପୁର ଅଚଂଳରେ ଥିବା ଏକ ତାରକା ହୋଟେଲରେ ଶଶାଙ୍କ ଓ ମୃତ ମହିଳାଙ୍କ ଦେଖା ସାକ୍ଷାତ ହୋଇଥିଲା । ପରେ ମିଳାମିଶା ଓ ଉଭୟଙ୍କ ଭିତରେ ସମ୍ପର୍କ ନିବିଡ଼ ହୋଇଥିଲା ବୋଲି ଜଣାପଡିଛି । ଅପରପକ୍ଷରେ ପୁଲିସ ମୃତ ମହିଳାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିଥିବା ଜଣାପଡିଛି ।
ଏଟିଆର ହାତରେ ସିସିଟିଭି ଫୁଟେଜ, ଆପାର୍ଟମେଁଟରୁ ପଡି ମହିଳା ମୃତ: ହତ୍ୟା ସନ୍ଦେହ