ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସହୀଦ ନଗର ଥାନା ଭିତରେ ପଶି ପୋଲିସକୁ ମାଡ ମାରିବା ଏବଂ ଥାନା ଭିତର ସାମାନ ଭଙ୍ଗା ରୁଜା କରିବା ଅଭିଯୋଗରେ ବିଜୁ ଯୁବ ଜନତା ଦଳର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ପୋଲିସ ପ୍ରକାଶଙ୍କୁ ଗିରଫ କରିବା ପରେ ବିଜେଡିକୁ ବିରୋଧୀମାନେ ସମାଲୋଚନା କରିଛନ୍ତି । ବିଜେଡିରେ ନେତାଙ୍କ ଅପେକ୍ଷା ଗୁଣ୍ଡାଙ୍କ ପରିମାଣ ଅଧିକ ରହିଛି । ରାଜ୍ୟର ସୁବ ଜାଗାରେ ଏଭଳି ଅଭସ୍ୟମାନେ ବିଜେଡି ଦଳର କର୍ମୀ ଭାବରେ ରହିଛନ୍ତି । ଏମାନେ ପ୍ରାୟ ସବୁ କାମରେ ଗଣ୍ଡଗୋଳ କରିବା ଏମାନଙ୍କ ଅଭ୍ୟାସ ବୋଲି ସମାଲୋଚନା କରିଛନ୍ତି ବିରୋଧୀ ।
ସୂଚନା ଯୋଗ୍ୟ,ଗତ ୩ ତାରିଖରେ ସହୀଦ ନଗର ଥାନା ଭିତରେ ପଶି କିଛି ବିଜେଡି କର୍ମୀ ପୋଲିସକୁ ମାଡ ମାରିବା ସହିତ ଥାନା ଭିତରେ ଟିଭ,ଟେଲିଫୋନ ଫୁଲକୁଣ୍ଡ ଭଳି ବହୁ ଦରକାରୀ ସମାନ ଭଙ୍ଗା ରୁଜା କରିଥିବା ଅଭିଯୋଗ କରିଥିଲା ସହୀନ ନଗର ଥାନା ପୋଲିସ । ଥାନାର ଆଇଆଇସି ଏବଂ ଏଏସଆଇ ଏହି ମାଡ ଘଟଣାରେ ଗୁରୁତର ଆହାତ ହୋଇଥିଲେ । ଏହି ଅଭିଯୋଗରେ ପୋଲିସ ତଦନ୍ତ ଆରମ୍ଭ କରି ବିଜେଡିର କିଛି କର୍ମୀଙ୍କୁ ଗିରଫ କରିଥିଲା । ଉପରୁ ଘନ ଘନ ଚାପ ପଡିବା ଫଳରେ ଗିରଫ କରିବା ପାଇଁ ବାଧ୍ୟ ହୋଇଥିଲା ପୋଲିସ । ଏହି ଘଟଣାରେ ବିଜେଡି ଛାତ୍ର ଜନତା ଦଳର ପୂର୍ବତନ ସମ୍ପାଦକ ଅମିତ ଜେନାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି।
ନିର୍ବାଚନ ପୂର୍ବରୁ ବିଜେଡି କର୍ମୀଙ୍କ ଗୁଣ୍ଡାଗିରି ପାଇଁ ଜେଲ ଯାଇଛନ୍ତି କର୍ମୀ । ଯାହାକୁ ନେଇ ବିଭିନ୍ନ ମହଲରୁ ବିଭିନ୍ନ ନିନ୍ଦା ଶୁଣିବାକୁ ମିଳିଛି ଶାସକ ଦଳକୁ । ନିର୍ବାଚନକୁ ଆଉ ଅଳ୍ପ କେଇ ଦିନ ଥିବା ବେଳେ ବିଜେଡିର ଏଭଳି ଗୁଣ୍ଡାଗିରି ନିର୍ବାଚନରେ ପ୍ରଭାବ ପକାଇବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଶାସକ ଦଳ ବହୁ ଦିନ ଶାସନ ଗାଦିରେ ବସିବା ପରେ ମନମୁଖ୍ୟ ଶାସନ ଏବଂ ଗୁଣ୍ଡାଗିରିର ଶେଷ ସୀମା ପାର କରିଯାଇଛି ବୋଲି ସାଧାରଣ ଲୋକମାନେ କଥା ହେଉଛନ୍ତି ।