ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ମଣିଷ ଯୈାନ ଲାଳସାରେ ପଡି ଅନ୍ଧ ହୋଇଯାଇଛି । ଦେହର ଭୋକ ମେଣ୍ଟେଇବାକୁ ଯାଇ କରିବସୁଛି ଅନୈତିକ କାର୍ଯ୍ୟ । କାମନା ଲୋଭରେ କିଏ ସମ୍ପର୍କକୁ ଭୁଲି ଅମଣିଷ ହୋଇ ପଡୁଛି ତ ଆଉ କିଏ ଦିବ୍ୟାଙ୍ଗ ଉପରେ ନିଜର ମରଦ ପଣିଆାଁ ଜାହିର କରି ବସୁଛି । ଆଜି ଏଭଳି ଦୁଇଟି ଘଟଣା ନଜରକୁ ଆସିଛି । ଯାଜପୁର ଜିଲ୍ଲାର ବିଂଝାରପୁର ଅଞ୍ଚଳରେ ଜଣେ ସମ୍ପର୍କୀୟ ଦାଦା ନିଜର ନାବାଳିକ ଝିଆରୀକୁ ମନଭରି ଉପଭୋଗ କରିବା ପରେ ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଖବର ପାଇବା ପରେ ମୃତ ଦେହ ଉଦ୍ଦାର କରିବା ସହ ଅଭିଯୁକ୍ତ ଦାଦାଙ୍କୁ ଗିରଫ କରିଛି । ପୋଲିସର ପଚରାଉଚରା ପରେ ଘଟଣାକୁ ସ୍ୱୀକାର କରିଛି ।
ଯୈାନ କେଳେଙ୍ଗାରୀଙ୍କ ଆଖିରୁ ବାଦ ପଡିନାହାଁନ୍ତି ଦିବ୍ୟାଙ୍କ । ଏମାନେ ମାନସିକ ଏବଂ ଶାରୀରିକ ଦୃଷ୍ଟିରୁ ଅକ୍ଷମ ହୋଇଥିବାରୁ ଦେହରୁ ଭୋକକୁ ମେଣ୍ଟେଇବା ପାଇଁ କେତେକ ଲୋକ ଏମାନଙ୍କର ଫାଇଦା ଉଠାଇଥାନ୍ତି । ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଥିବା ଆବାସିକ ବିଦ୍ୟାଳୟରେ ଘଟିଛି ଏଭଳି ଏକ ଅଘଟଣ । ଯାହାକି ପଶୁତ୍ୱର ଶେଷ ସୀମା । ମିଳିଥିବା ସୂଚନା ମୁତାବକ ଗତକାଲି ସକାଳେ ଦିବ୍ୟାଙ୍ଗ ଛାତ୍ରୀ ଜଣଙ୍କ ସ୍କୁଲରେ ଦେଖିବାକୁ ମିଳିନଥିଲେ । ତେବେ ଏହି ଛାତ୍ରୀଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନେଇ ଦୁଷ୍କର୍ମ କରିବା ପରେ ପୁନର୍ବାର ସ୍କୁଲ ପରିସରରେ ପକେଇ ଦେଇଚାଲିଯାଇଥିଲା ।
ଦିନ ତମାମ ପରିବାର ଲୋକ ଏବଂ ସ୍କୁଲ କର୍ମଚାରୀ ଖୋଜିଥିଲେ । ଗୁରତର ଅବସ୍ଥାରେ ମିଳିଥିବା ଛାତ୍ରୀଙ୍କୁ ପ୍ରଥମେ ବାଲିଆପାଳ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ହେବା ପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ।
ବାଲିଆପାଳ ଥାନାରେ ପିଡିତାଙ୍କ ମା ଏତଲା ଦେବାପରେ ପୋଲିସ ତଦନ୍ତ ଜାରି କରିଛି ।